ଆଜି ହେବ ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାର : ପୁଅ ଆଦିତ୍ୟ ସିଂ ମେହେଟ୍ଟା ବିଦେଶରୁ ଫେରିବା ପରେ ସମ୍ପନ୍ନ ହେବ ଶେଷକୃତ୍ୟ

420

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଗୀତା ମେହେଟ୍ଟାଙ୍କ ହେବ ଅନ୍ତିମ ସଂସ୍କାର । ସୂଚନା ଅନୁସାରେ ଆମେରିକାରୁ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଫେରିବା ପରେ ସୋମବାର ଦିନ ତାଙ୍କର ଶେଷକୃତ୍ୟ କରାଯିବ । ଗତକାଲି ପ୍ରଖ୍ୟାତ ଲେଖିକା, ସାମ୍ବାଦିକା ଓ ବୃତଚିତ୍ର ନିର୍ମାତା ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ୮୦ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ।

ଏହି ଦୁଃଖଦ ଖବର ପାଇବା ପରେ ଦିଲ୍ଲୀରେ ପହଁଚି ବଡ଼ ଭଉଣୀଙ୍କୁ ଶେଷ ଦର୍ଶନ କରିଛନ୍ତି ନବୀନ । ତେବେ ଗୀତାଙ୍କ ଶେଷ ଦର୍ଶନ ସମୟରେ ତାଙ୍କ ବାସଭବନରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ପହଂଚିବା ପୂର୍ବରୁ ଗୀତାଙ୍କୁ ଶେଷ ଦର୍ଶନ ପାଇଁ ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ, ତାଙ୍କ ପତ୍ନୀ ଓ ପୁଅ କଳିକେଶ ଏବଂ ବିଶିଷ୍ଠ ଚିତ୍ରକର ଯତୀନ ଦାସ ତାଙ୍କ ବାସଭବନରେ ପହଂଚିଥିଲେ । କିନ୍ତୁ ସେମାନଙ୍କୁ ଘର ଭିତରକୁ ଛଡାଯାଇନଥିଲା । ଏପରିକି ନୀବନ ପଟ୍ଟନାୟକ ଦିଲ୍ଲୀ ପହଞ୍ଚିବା ପରେ ଯତୀନ ଦାସ ଦ୍ୱିତୀୟ ଥର ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ଭିତରକୁ ଯିବାକୁ ସୁରକ୍ଷା କର୍ମୀମାନେ ଅନୁମତି ଦେଇନଥିଲେ ।