ଠାବ ହେଲା ୪୦୦୦ ବର୍ଷ ତଳର ଶ୍ମଶାନ ଗୃହ ! ବୈଜ୍ଞାନିକ କହିଲେ କୌଣସି ଚମତ୍କାରଠାରୁ କମ୍ ନୁହଁ ।

25

ଅଷ୍ଟ୍ରେଲିଆରେ ୪୦୦୦ ବର୍ଷ ତଳର ଶ୍ମଶାନକୁ ସେଠାକାର ବୈଜ୍ଞାନିକ ଠାବ କରିଛନ୍ତି । ଯେଉଁଠାରେ ମୃତ୍ୟୁ ପରେ ଶବ ଦାହ ସଂସ୍କାର କରାଯାଉଥିଲା । ଅଧ୍ୟୟନରୁ ଜଣାପଡିଲା ଯେ ଏହି ଶ୍ମଶାନ ମଧ୍ୟଯୁଗୀୟ କାଳରୁ ରହିଆସିଛି । ଏହା ଦ୍ୱାଦଶ କିମ୍ବା ତ୍ରୟୋଦଶ ଶତାବ୍ଦୀକୁ ଇଙ୍ଗିତ କରାଉଛି । ଅଷ୍ଟ୍ରେଲିଆ ନ୍ୟାସନାଲ୍ ୟୁନିଭର୍ସିଟି (ଏଏନୟୁ)ର କେଥରୀନ୍ ଫ୍ରିମେନ୍ ଦକ୍ଷିଣ ପୂର୍ବ ଅଞ୍ଚଳର ଲୁଇ ସହର ନିକଟରୁ ଏହି ପ୍ରାଚୀନ ଶ୍ମଶାନକୁ ଖୋଜି ବାହାର କରିଛନ୍ତି ।
ଫ୍ରିମେନଙ୍କ ଟିମ୍ ଉକ୍ତ ସ୍ଥାନରୁ ୧୪ ଦିନ ପର୍ଯ୍ୟନ୍ତ ଖୋଦାଇ କରିଥିଲେ । ଆଧୁନିକ ପୁରାତାତ୍ତ୍ୱିକ ଗବେଷକମାନଙ୍କ ସହାୟତାରେ ଏହି ସ୍ଥାନ ଖୋଦିତ କରିବା ଦ୍ୱାରା ଏଠାରେ ଶ୍ମଶାନ ଗୃହ ଥିବାର ଖବର ଜଣାପଡିଲା । ଫ୍ରିମେନ୍ ଟିମ୍ ଶ୍ମଶାନ ଗୃହ ଠାବ କରିବା ସହ ଉକ୍ତ ସ୍ଥଳରୁ ୨୫ ସେଣ୍ଟିମିଟର ତଳୁ ଚିକ୍କଣ ମାଟିକୁ ମଧ୍ୟ ଜବତ କରିଛନ୍ତି ।
ଏହି ମାଟିକୁ ଶବଦାହ କରିବା ସମୟର ମାଟି କୁହାଯାଉଛି । ଯାହା ୪୦୦୦ ବର୍ଷ ପୁରୁଣା । ଏହା କୌଣସି ଚମତ୍କାରଠାରୁ କମ୍ ନାହିଁ । ଉକ୍ତ ସ୍ଥାନଠାରୁ ଅନ୍ୟ କେତେକ ପ୍ରମାଣ ମଧ୍ୟ ଜବତ କରାଯାଇଛି । ଏଥିରୁ ସ୍ୱଷ୍ଟ ହୋଇଛି ଯେ, ୪୦୦୦ ବର୍ଷ ତଳେ ମଧ୍ୟ ଶବଦାହ ଗୃହ ଥିଲା । ଯେଉଁଠାରେ ମୃତକଙ୍କୁ ସମାଧି ବା ଦାହ କରାଯାଉଥିଲା ।