ଜିଇଏସରେ ଇଭାଙ୍କା ନୁହେଁ ୧୩ ବର୍ଷିୟ ବାଳକଙ୍କ ଉପରେ ସମସ୍ତଙ୍କ ନଜର ! ଜାଣନ୍ତୁ କଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ହମିସ ?

30

ଦକ୍ଷିଣ ଏସିଆ ବିଶ୍ୱ ଉଦ୍ୟୋଗ ସମ୍ମିଳନୀ-୨୦୧୭ ପାଇଁ ଚଳଚଞ୍ଚଳ ହାଇଦ୍ରାବାଦ ସହର । ଖାସ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଏହି ସମ୍ମିଳନୀରେ ଯୋଗ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଇଭାଙ୍କାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ସମ୍ମିଳନୀରେ କେବଳ ଇଭାଙ୍କା ନୁହେଁ ଜଣେ ୧୩ ବର୍ଷର ବାଳକ ମଧ୍ୟ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

hamish-finlayson_650x400_51511862128 (1)
image courtesy-https://i.ndtvimg.com

ଅଷ୍ଟ୍ରେଲିଆର ୧୩ ବର୍ଷିୟ ବାଳକ ହମିସ ଫିନଲାୟସନ । ବୟସରେ ସିନା ଛୋଟ କିନ୍ତୁ ସେ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ଏପରିକି ଏସିଆ ବିଶ୍ୱ ଉଦ୍ୟୋଗ ସମ୍ମିଳନୀରେ ଯୋଗ ଦେବା ପାଇଁ ତାଙ୍କୁ ଡାକରା ମିଳିଛି । ମାତ୍ର ୧୩ ବର୍ଷ ବୟସରେ ଜଣେ ସଫଳ ଉଦ୍ୟୋଗପତି ଭାବେ ପରିଚୟ ସୃଷ୍ଟି କରିଛନ୍ତି ହମିସ । ସମ୍ମିଳନୀରେ ଭାଗ ନେଇଥିବା ଏହି ଯୁବ ଉଦ୍ୟୋଗପତି ଜଣକ ୫ଟି ଆପ ବିକାଶ କରିଛନ୍ତି । ଏପରିକି ୬ ନମ୍ବର ଆପର କାର୍ଯ୍ୟ ସେ ଏବେ ଆରମ୍ଭ କରିଛନ୍ତି । ହମିସ କହିଛନ୍ତି, ‘ଲୋକମାନଙ୍କୁ ଆତ୍ମକେନ୍ଦ୍ରିକ କରାଇବା ଉଦେଶ୍ୟରେ ମୁଁ ଏହି ଆପ୍ଗୁଡ଼ିକର ବିକାଶ କରୁଛି। ମୁଖ୍ୟତଃ ବିଭିନ୍ନ ଧରଣର ରୋଗୀମାନଙ୍କ ମଧ୍ୟରେ କେଉଁ ସମସ୍ୟା ରହିଛି ତାହା ଏହି ଆପ୍ ଜାଣିବାରେ ସମର୍ଥ ହେବ।’

ଏହି ୧୩ ବର୍ଷିଅ ବାଳକ ଅଷ୍ଟ୍ରେଲିଆର କୁଇନସଲାଣ୍ଡ ଠାରେ ଥିବା ଷ୍ଟାର୍ଟ-ଅପ୍ ମୁନସୁଟ୍ ଇଣ୍ଡଷ୍ଟ୍ରିଜ୍ ଗ୍ଲୋବାଲ ପ୍ରାଇଭେଟ୍ ଲିମିଟେଡ୍କୁ ପ୍ରତିନିଧିତ୍ୱ କରିଛନ୍ତି। ସେ ପୂର୍ବରୁ ମଧ୍ୟ ଜିଇଏସରେ ଯୋଗ ଦେଇଥିଲେ। ଭବିଷ୍ୟତରେ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ବୋଲି ହମିସ୍ ପୂର୍ବରୁ ସ୍ଥିର କରିଥିଲେ। ହମିସ୍ ଏ ସଂପର୍କରେ ଗଣମାଧ୍ୟମରେ ଜଣାଇଛନ୍ତି ଯେ ‘ଏହି ସମ୍ମିଳନୀରେ ମୁଁ ବହୁ ଲୋକଙ୍କ ସହ ଭେଟିବାର ଯୋଜନା ରଖିଛି, ସେମାନଙ୍କ ମଧ୍ୟରୁ ଭାଗୀଦାରୀଙ୍କୁ ଖୋଜିବି।’ ଏପରିକି ନିଜେ ବିକଶିତ କରିଥିବା ଆପଗୁଡିକୁ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଦେଖାଇବାକୁ ଚାହାନ୍ତି ଏବଂ ସେମାନଙ୍କ ସାମଗ୍ରୀ ସଂପର୍କରେ ମଧ୍ୟ ଜାଣିବାକୁ ଚାହାନ୍ତି ବୋଲି ସେ କହିଛନ୍ତି ।

ମାତ୍ର ୧୦ ବର୍ଷ ବୟସରେ ସେ ଆପ ବିକଶିତ କରିବା ଆରମ୍ଭ କରିଥିଲେ । ଏପରିକି ତାଙ୍କ ଦ୍ୱାରା ନିର୍ମିତ ଏକ ଆପ ଏବେ ପ୍ରାୟ ୫୪ ଦେଶରେ ବ୍ୟବହାର କରାଯାଉଛି । ଏପରିକି ସେ ଆପଲ ଓ ଗୁଗୁଲ ପାଇଁ ମଧ୍ୟ କାମ କରି ସାରିଛନ୍ତି । ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ହମିସ ତୃତୀୟ ଶ୍ରେଶୀରେ ପାଠ ପଢୁଥିବା ବେଳେ ଏ କ୍ଷେତ୍ରରେ ମନୋନିବେଶ କରିଛନ୍ତି । ଇଣ୍ଟରନେଟ ଓ ପାଠ୍ୟ ପୁସ୍ତକରୁ ସେ କମ୍ପ୍ୟୁଟର ପ୍ରେଗ୍ରାମିଂ ଶିଖିଛନ୍ତି ବୋଲି କହିଛନ୍ତି ।