କୁମ୍ଭରେ ଛାଇଲେ ଅଷ୍ଟ୍ରେଲୀୟ ବାବା । ଜାଣନ୍ତୁ ନାସ୍ତିକରୁ ସନ୍ଥ ବନିବାର କାହାଣୀ

121

କୁମ୍ଭ ଭାରତୀୟ ସଂସ୍କୃତିର ଏକ ଧାର୍ମିକ ଓ ସାଂସ୍କୃତିକ ପର୍ବ ଅଟେ । ଯାହା କେବଳ ଦେଶବାସୀଙ୍କ ଉପରେ ହିଁ ନୁହେଁ ବରଂ ପୁରା ଦୁନିଆର ଲୋକଙ୍କ ଉପରେ ନିଜର ଛାପ ଛାଡିଦେଇଛି । ଏହାର ସବୁଠାରୁ ବଡ ଉଦାହରଣ ଅଷ୍ଟ୍ରେଲିଆ ନିବାସୀ ଶରଭଙ୍ଗ ଗିରି ବାବା । କୁମ୍ଭ ୨୦୧୯ର ସାହି ସ୍ନାନ ଓ ଅଖାଡା ବ୍ୟତୀତ ଶରଭଙ୍ଗ ଗିରି ବାବା ବି ଚର୍ଚ୍ଚାରେ ଅଛନ୍ତି ।

ବର୍ଷ ୧୯୯୮ରେ ଶରଭଙ୍ଗ ଗିରି ବାବା ଅଷ୍ଟ୍ରେଲିୟାରୁ ଭାରତ ଆସିଥିଲେ । ସେହି ସମୟରେ ସେ ଦୁନିଆର ସବୁଠାରୁ ବଡ ଧାର୍ମିକ ପର୍ବ କୁମ୍ଭ ମେଳାରେ ସାମିଲ ହୋଇଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ, ଯେତେବେଳେ ସେ ଅଷ୍ଟ୍ରେଲିଆରୁ ଭାରତ ଆସିଥିଲେ, ସେତେବେଳେ ସେ ସଂପୂର୍ଣ୍ଣ ରୂପେ ନାସ୍ତିକ ଥିଲେ । କିନ୍ତୁ ଆଜି ଏହି ବାବା ଜଣେ ପ୍ରସିଦ୍ଧ ସନ୍ଥ, ସେ କୁଟୀରରେ ରହନ୍ତି । ସେ ଭାରତୀୟ ସନ୍ଥଙ୍କ ସବୁଠାରୁ ବଡ ସମୂହର ଅଂଶ ।

ଶରଭଙ୍ଗ ଗିରି ବାବାଙ୍କୁ ଅଷ୍ଟ୍ରେଲୀୟ ବାବା ମଧ୍ୟ କୁହାଯାଏ । ବାବାଙ୍କ ମୁତାବକ, ତାଙ୍କୁ ଶରଭଙ୍ଗ ଗିରି ନାମ ତାଙ୍କ ପ୍ରଥମ ଗୁରୁ ବାବା ମଙ୍ଗଳ ଗିରି ଦେଇଥିଲେ । ସେ କୁହନ୍ତି କି, ଚତୁର୍ଥ ଥର ସେ କୁମ୍ଭ ମେଳାରେ ସାମିଲ ହୋଇଛନ୍ତି । ସେ ସନ୍ଥ ହେବା ପୂର୍ବରୁ ପ୍ରଥମେ ତାଙ୍କୁ ହିନ୍ଦୁ ଧର୍ମ ବିଷୟରେ ଅଧିକ କିଛି ଜଣାନଥିଲା । କିନ୍ତୁ ୧୯୯୮ରେ ପ୍ରଥମ ଥର ଭାରତ ଆସିବା ପରେ ତାଙ୍କ ଅନୁଭବ ତାଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି ଓ ଏହି ପ୍ରକାରରେ ସନ୍ଥ ରୂପେ ତାଙ୍କ ଜୀବନର ଆରମ୍ଭ ହେଲା ।