ଭାରତ-ଅଷ୍ଟ୍ରେଲିଆ ମହାଲଢେଇ ! ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ ।

64

ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ପରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି । ସିଡନୀରେ ଖେଳାଯିବାକୁ ଥିବା ଏହି ମହାମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଏହି ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବୋଲିଂ କରିବ ଭାରତ ।

ବ୍ରିସବନରେ ହାରିବା ପରେ ମେଲବର୍ନ ମ୍ୟାଚ୍ ବର୍ଷା ଧୋଇନେବା ଭ୍ରମଣକାରୀ ଭାରତୀୟ ଦଳ ପାଇଁ ସଂକଟ ବଢ଼ାଇଦେଇଛି। ଫଳରେ ରବିବାର ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ପାଲଟିଯାଇଛି। ସିଡନିରେ ଏହି ମ୍ୟାଚ୍ ହାରିଗଲେ ଭାରତ କ୍ରମାଗତ ସପ୍ତମ ଶୃଙ୍ଖଳା ଜିତିବା ପରେ ପ୍ରଥମ ପରାଜୟ ବରଣ କରିବ। ଶୁକ୍ରବାର ମ୍ୟାଚ୍ ବର୍ଷା ବିଗାଡ଼ି ଦେଇଥିବାରୁ ଭାରତ ପାଇଁ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବାର ଆଶା ମଉଳିଯାଇଛି।