ସୁପରସଣ୍ଡେରେ ସୁପରଲଢେଇ । ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି, ପ୍ରଥମେ ବ୍ୟାଟିଂ କରିବ ଭାରତ ।

72

କନକ ବ୍ୟୁରୋ : ଆଜି ଠାରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ । ସୁପରସଣ୍ଡେରେ ସୁପରଲଢେଇ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ଟିମ୍ ଅଷ୍ଟ୍ରେଲିଆ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଭାରତ । ବିଶାଖାପାଟଣାରେ ହେବ ହାଇଭୋଲଟେଜ୍ ଟକ୍କର । ମ୍ୟାଚ୍ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । କଙ୍ଗାରୁ ଦଳକୁ ଘରୋଇ ଗ୍ରାଉଣ୍ଡରେ ଚକମା ଦେବାକୁ ବେଶ୍ ଝାଳ ବୁହାଇଛନ୍ତି ଖେଳାଳି । ୩ ସପ୍ତାହର ବିଶ୍ରାମ ପରେ ଟିମକୁ କମବ୍ୟାକ୍ କରିଛନ୍ତି କୋହଲି ଓ ବୁମରା । କୋହଲିଙ୍କ କମବ୍ୟାକ୍ ବ୍ୟାଟିଂ ଲାଇନକୁ କରିଛି ଅଧିକ ମଜବୁତ୍ ।

ଅଷ୍ଟ୍ରେଲିଆ ଟୁରରେ କଙ୍ଗାରୁ ଦଳକୁ ଧୂଳି ଚଟେଇଥିଲା ଭାରତ । ଘରୋଇ ମାଟିରେ ପୁଣି ଥରେ ସେହି ସଫଳତା ଦୋହରାଇବା ଲକ୍ଷ୍ୟ ରଖିଛି କୋହଲି ବ୍ରିଗେଡ୍ । ସେପଟେ ଭାରତଠାରୁ ସିରିଜ ପରାଜୟର ବଦଲା ନେବା ମୁଡରେ କଙ୍ଗାରୁ ଟିମ୍ । ଆରୋନ୍ ଫିଞ୍ଚଙ୍କ ନେତୃତ୍ୱାଧୀନ ଟିମ୍ ଅଷ୍ଟ୍ରେଲିଆ ମଧ୍ୟ କରିଛି ପ୍ରସ୍ତୁତି । ସିରିଜରେ ଖେଳାଯିବ ମୋଟ୍ ୨ଟି ଟି-ଟ୍ୱେଣ୍ଟି ଓ ୫ ଟି ଦିନିକିଆ । ବିଶ୍ୱକପ୍ ପୂର୍ବରୁ ବିଜୟ ସହ ସିରିଜ ଶେଷ କରିବା ମୁଡରେ ଅଛି କଙ୍ଗାରୁ ଟିମ୍  । ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଭାରତ ପାଇଁ ହେବ ରିହରସଲ୍ ଭଳି ।

ଭାରତ ୧୧, ଅଷ୍ଟ୍ରେଲିଆ ୬ :

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୧୮ ଟ୍ବେଣ୍ଟି-୨୦ ମଧ୍ୟରୁ ଭାରତ ୧୧ରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ୬ ମ୍ୟାଚ୍‌ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଶୃଙ୍ଖଳାକୁ ଭାରତ ୧-୧ରେ ଅମୀମାଂସିତ ରଖିଛି। ୨୦୧୭ରେ ଘରେ ଏବଂ ୨୦୧୮ରେ ଅଷ୍ଟ୍ରେଲିଆରେ ଏହି ଦୁଇ ଶୃଙ୍ଖଳା ଖେଳାଯାଇଥିଲା। ଶେଷ ଥର ପାଇଁ ଭାରତ ୨୦୧୬ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ୩-୦ରେ ଧୂଳି ଚଟାଇଥିଲା। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୧-୨ରେ ହାରିଥିଲା।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷବ ପନ୍ତ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, କ୍ରୁନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଯଶ୍‌ପ୍ରୀତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କଣ୍ଡ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍କି ସଟ୍, ପ୍ୟାଟ୍ କମିନ୍ସ, ଆଲେକ୍ସ କ୍ୟାରି, ଜାସନ ବେହେରନଡ୍ରଫ୍, ନାଥନ କୁଲଟର ନାଇଲ୍, ପିଟର ହ୍ୟାଣ୍ଡ୍ସକମ୍ବ, ଉସମାନ ଖୱାଜା, ନାଥନ ଲାୟନ, ଗ୍ଲେନ୍ ମ୍ୟାକ୍ସୱେଲ୍, ଝେ ରିଚାର୍ଡସନ୍, କାନେ ରିଚାର୍ଡସନ୍, ମାର୍କସ ଷ୍ଟୋଇନିସ୍, ଆଷ୍ଟନ୍ ଟର୍ନର, ଆଦାମ ଜାମ୍ପା।