ଆସନ୍ତାକାଲିଠୁ ଭାରତ-ଅଷ୍ଟ୍ରେଲିଆ ଲଢ଼େଇ । ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ୧୨ ଜଣିଆ ଭାରତୀୟ ଦଳ ଘୋଷଣା ।

କାରବିଆନ୍ ପରେ ଏବେ କଙ୍ଗାରୁ ଟିମ ଉପରେ ବିଜୟ ଲକ୍ଷ୍ୟ କରିବା ମୁଡରେ ଭାରତୀୟ କ୍ରିକେଟ୍ ଟିମ୍ ।

666

କନକ ବ୍ୟୁରୋ: କାରବିଆନ୍ ପରେ ଏବେ କଙ୍ଗାରୁ ଟିମ ଉପରେ ବିଜୟ ଲକ୍ଷ୍ୟ କରିବା ମୁଡରେ ଭାରତୀୟ କ୍ରିକେଟ୍ ଟିମ୍ । ଆସନ୍ତା କାଲି ଅଷ୍ଟ୍ରେଲିଆର ବ୍ରିସବ୍ରେନ୍ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ୧୨ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ଅଧିନାୟକ ବିରାଟ କୋହଲି ଦଳର ମଙ୍ଗ ସମ୍ଭାଳିବା ସହ ରୋହିତ ଶର୍ମା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।

ଟି-୨୦ ଇତିହାସରେ ଯଦି ନଜର ପକାଇବା ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଯାଏଁ ଖେଳା ଯାଇଥିବା ୧୫ଟି ଟି-୨୦ ମ୍ୟାଚରେ ପ୍ରଥମ ଥର ପାଇଁ କି ମହେନ୍ଦ୍ର ସିଂ ଧୋନୀଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇ ନାହିଁ । ତାଙ୍କ ବଦଳରେ ଋଷଭ ପନ୍ତ ଦଳର ୱିକେଟ କିପର ଭୂମିକାରେ ନଜର ଆସିବେ  । ଏହାସହ ଅତିରିକ୍ତ ୱିକେଟ କିପର ଦିନେଶ କାର୍ତିକ ବ୍ୟାଟିଂ ଭାର ସମ୍ଭାଳିବେ । ୱେଷ୍ଟଇଣ୍ଡିଜ ବିରୋଧରେ ଚେନ୍ନାଇରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ରେ ସାମିଲ ଥିବା ମନୀଷ ପାଣ୍ଡେ ଏବଂ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର କିନ୍ତୁ ଆଜିର ତାଲିକାରେ ସ୍ଥାନ ନେବା ପାଇଁ ସଫଳ ହୋଇ ନାହାନ୍ତି ।

ବ୍ରିସବେନ ଟି-୨୦ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା, ଶିଖର ଧାବନ, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ, ଦିନେଶ କାର୍ତିକ, କୃଣାଲ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରାହ, ଖଲୀଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ