ମେଲବର୍ଣ୍ଣ ମୁକାବିଲାରେ ଭାରତର ପଲା ଭାରି: ଅଷ୍ଟ୍ରେଲିଆ ଆଗରେ ୩୯୯ର ଟାର୍ଗେଟ୍

ଦ୍ୱିତୀୟ ଇଂନିସରେ ୧୦୬ ରନରେ ପାଳି ଘୋଷଣା କଲା ଭାରତ

103

କନକ ବ୍ୟୁରୋ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଭାରତ ରଚିବାକୁ ଯାଉଛି କ୍ରିକେଟରେ ଏକ ନୂଆ ଇତିହାସ । କାରଣ ମେଲବର୍ଣ୍ଣ ଟେଷ୍ଟରେ ଏକ ପ୍ରକାର ବିଜୟ ଆଡକୁ ଅଗ୍ରସର ହେଉଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇଂନିସରେ ଭାରତ ୧୦୬ ରନରେ ପାଳି ଘୋଷଣା କରିଥିବା ବେଳେ ଅଷ୍ଟ୍ରେଲିଆ ଆଗରେ ରହିଛି ୩୯୯ ରନର ବିଜୟ ଲକ୍ଷ୍ୟ ।

ଏପଟେ ବିଜୟ ଲକ୍ଷକୁ ପିଛା କରୁଥିବା ଘରୋଇ ଦଳ ପ୍ରାରମ୍ଭିକ ବ୍ୟାଟି ବିପର୍ଯ୍ୟକୁ ସାମ୍ନା କରିଛି । ଲଂଚ୍ ସୁଦ୍ଧା ୨ଟି ୱିକେଟ ହରାଇ ସାରିଛି ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ଭାରତ ୪୪୩ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ୍ କରିଥିଲା । ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ପାଳିରେ ୨୯୨ ରନ୍ ବଡ ଅଗ୍ରଣୀ କେବେ ଭାରତ ନେବାରେ ସକ୍ଷମ ହୋଇନଥିଲା ।