ବାଙ୍ଗାଲୋରରେ ଶାମିଙ୍କ ସାନଦାର ବୋଲିଂ । ସେପଟେ ସ୍ମିଥଙ୍କ ଶତକ ବଳରେ ଭାରତ ଆଗରେ ୨୮୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଅଷ୍ଟ୍ରେଲିଆ ।

135

କନକ ବ୍ୟୁରୋ : ବାଙ୍ଗାଲୋରରେ ଶାମିଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୩୦୦ ରନ୍ ମଧ୍ୟରେ ସୀମିତ ରଖିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବାଙ୍ଗାଲୋରର ଏମ୍. ଚିନାସ୍ୱାମୀ ଷ୍ଟାଡିୟମ୍ ଠାରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଦମଦାର ବୋଲିଂ ପ୍ରଦର୍ଶନ କରିଛି ଭାରତ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା କଙ୍ଗାରୁ ଦଳ । ତେବେ ଷ୍ଟିଭ୍ ସ୍ମିଥଙ୍କ ରୋମାଞ୍ଚକର ଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓି୍ୱକେଟ୍ ହରାଇ ୨୮୬ ରନ୍ ସଂଗ୍ରହ କରିଛି ଅଷ୍ଟ୍ରେଲିଆ ।

ପ୍ରଥମରୁ ହିଁ ଭଲ ବୋଲିଂ କରିଥିଲା ବିରାଟ ବାହିନୀ । ଡେଭିଡ ୱାର୍ଣ୍ଣରଙ୍କୁ ମାତ୍ର ୩ ରନରେ ଆଉଟ୍ କରିଥିଲେ ଶାମି । ଭାରତ ପକ୍ଷରୁ ମହମ୍ମଦ ଶାମି ୪ଟି, ରବିନ୍ଦ୍ର ଜାଡେଜା ୨ଟି ଏବଂ କୁଲଦୀପ ଯାଦବ ଓ ନଭଦୀପ ସୈନୀ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।