ହକି ବିଶ୍ୱକପରେ ଅଷ୍ଟ୍ରେଲିଆର ଜଲୱା ! ଚୀନକୁ ୧୧-୦ରେ ହରାଇ କଲା ବଡ ରେକର୍ଡ ।

88

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ନୂଆ ରେକର୍ଡ ସୃଷ୍ଟି କରିଛି । ବିଶ୍ୱକପର ୧୪ତମ ସଂସ୍କରଣର ୧୯ତମ ମ୍ୟାଚରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଚୀନ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। କଳିଙ୍ଗ ଷ୍ଟାଡିୟମରେ ଆଜି ଗୋଟିଏ ପରେ ଗୋଟିଏ ଗୋଲ ଦେଖି ଦର୍ଶକମାନେ ଅଧିକ ଉତ୍ସାହିତ ହୋଇଥିଲେ ।

ଆଜିର ଏହି ମ୍ୟାଚକୁ ଜିତିବା ସହିତ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପରେ ୩ଟି ମ୍ୟାଚରେ କ୍ରମାଗତ ବିଜୟୀ ହୋଇ ୯ ପଏଣ୍ଟ ହାସଲ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ‘ପୁଲ-ବି’ର ପଏଣ୍ଟ ତାଲିକାରେ ଶ୍ରେଷ୍ଠ ସ୍ଥାନ ଦଖଲ କରିଛି । ନିଜ ପୁଲ-ବି ତାଲିକାରେ ଚୀନ ୨ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ହକି ବିଶ୍ୱକପର ୨୦ତମ ମୁକାବିଲା ଆୟରଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ।