ବିଜୟ ଅଭିମୁଖେ ଆଗକୁ ବଢୁଛି ବିରାଟ ବାହିନୀ । ଷଷ୍ଠ ୱିକେଟ ହରାଇଲା ଅଷ୍ଟ୍ରେଲିଆ ।

192

କନକ ବ୍ୟୁରୋ : ଅଷ୍ଟ୍ରେଲିଆକୁ ବଡ ଝଟକା । ଷଷ୍ଠ ୱିକେଟ୍ ହରାଇଲା କଙ୍ଗାରୁ ଦଳ । ୨୦୧୯ ବିଶ୍ୱକପରେ ନିଜ ଦ୍ୱିତୀୟ ମ୍ୟାଚରେ ବିଜୟ ଆଡକୁ ଅଗ୍ରସର ହେଉଛି ବିରାଟ ବାହିନୀ । ବ୍ୟାଟିଂ ପରେ ବର୍ତ୍ତମାନ ସମୟରେ ବୋଲିଂରେ ଦମ୍ ଦେଖାଉଛି ଭାରତୀୟ ଦଳ । ରିପୋର୍ଟ ଲେଖା ସୁଦ୍ଧା ଅଷ୍ଟ୍ରେଲିଆ ୪୩ ଓଭର ୪ଟି ବଲରେ ୬ଟି ୱିକେଟ୍ ହରାଇ ୨୭୩ ରନ୍ ସଂଗ୍ରହ କରିଛି । ଦଳକୁ ୩୮ ବଲରେ ଆହୁରି ୮୦ ରନର ଆବଶ୍ୟକତା ରହିଛି ।