କଳିଙ୍ଗରେ ଗୋଲ୍ ବର୍ଷା କଲା କଙ୍ଗାରୁ ଟିମ୍ ! ଇଂଲଣ୍ଡକୁ ୮-୧ ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ହାତେଇଲା ଅଷ୍ଟ୍ରେଲିଆ ।

91

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା କଲା ଟିମ୍ ଅଷ୍ଟ୍ରେଲିଆ । ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ୮-୧ ଗୋଲରେ ହରାଇ ବ୍ରୋଞ୍ଜ ହାସଲ କରିଛି ଅଷ୍ଟ୍ରେଲିଆ । ହକି ବିଶ୍ୱକପ ୨୦୧୮ର ତୃତୀୟ ସ୍ଥାନ ଅଧିକାର କରିଛି କଙ୍ଗାରୁ ଟିମ୍ । ଗତକାଲି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ବେଲଜିୟମ୍ ଏବଂ ନେଦରଲାଣ୍ଡ ଫାଇନାଲ ପାଇଁ ଟିକେଟ୍ ହାସଲ କରିବା ପରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ କିଏ ରହିବ ସେନେଇ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା କଡା ଟକ୍କର ।

ଏହି ମ୍ୟାଚରେ ପ୍ରଥମରୁ ହିଁ ଆକ୍ରମଣାତ୍ମକ ଭାବେ ଖେଳିଥିଲା ଅଷ୍ଟ୍ରେଲିଆ ଦଳ । ପ୍ରଥମ କ୍ୱାର୍ଟରରୁ ହିଁ କଙ୍ଗାରୁ ଦଳ ଇଂଲଣ୍ଡକୁ ଦୁଇଟି ଗୋଲ ଦେଇଥିଲା । ଆକ୍ରମଣାତ୍ମକ ଭାବେ ଖେଳିଥିବା ଟିମ୍ ଅଷ୍ଟ୍ରେଲିଆ କ୍ରମାଗତ ଭାବେ ଇଂଲଣ୍ଡକୁ ଗୋଲ ଦେଇ ଚାଲିଥିଲା । ଏହି ରୋମାଞ୍ଚ ଭରା ମ୍ୟାଚରେ ଇଂଲଣ୍ଡକୁ ୮-୧ ଗୋଲରେ ହରାଇ ହକି ବିଶ୍ୱକପ ୨୦୧୮ର ତୃତୀୟ ସ୍ଥାନ ଅଧିକାର କରିଛି ଅଷ୍ଟ୍ରେଲିଆ । ଆଉ କିଛି ସମୟ ପରେ ନେଦରଲାଣ୍ଡ ଏବଂ ବେଲଜିୟମ ମଧ୍ୟରେ ଖେଳାଯିବ ଫାଇନାଲ ଫାଇଟ୍ । ଏହା ପରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଯାପନୀ ଉତ୍ସବ । ଯେଉଁଥିରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ ସାମିଲ ହେବେ ।