ସିଡନୀରେ ଟିମ୍ ଇଣ୍ଡିଆର ଦମଦାର ବ୍ୟାଟିଂ ! ଶତକ କଲେ ପୂଜାରା, ଦୃଢ ସ୍ଥିତିରେ ଭାରତ ।

268

ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଭାରତ ଏବଂ ଘରୋଇ କଙ୍ଗାରା ଦଳ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ । ଏହି ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଦଳକୁ କେ ଏଲ ରାହୁଲଙ୍କ ୱିକେଟ୍ ପ୍ରାରମ୍ଭିକ ଝଟକା ଦେଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ମୟଙ୍କ ଅଗ୍ରୱାଲଙ୍କ ଶତକ ଏବଂ ଚେତେଶ୍ୱର ପୂଜାରାଙ୍କ ଅପରାଜିତ ଶତକ ବଳରେ ପ୍ରଥମ ଇନିଂସରେ ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ଟି ୱିକେଟ୍ ହରାଇ ୩୦୩ ରନ୍ ସଂଗ୍ରହ କରିଥିବା ବେଳେ ବେଳେ ପୂଜାରା ୧୩୦ ରନ ଓ ହନୁମା ବିହାରୀ ୩୯ ରନ୍ କରି ଅପରାଜିତ ରହିଛନ୍ତି ।

ମୟଙ୍କ ଅଗ୍ରଓ୍ଵାଲ ଲୋକେଶ ରାହୁଲଙ୍କ ସହିତ ଭାରତୀୟ ପାଳି ଓପନ କରିଥିଲେ ମଧ୍ୟ ପୁଣି ଥରେ ଲୋକେଶ ରାହୁଲ ଶସ୍ତାରେ ଆଉଟ୍ ହୋଇ ଯାଇଥିଲେ। ପ୍ରାରମ୍ଭିକ ଝଟକା ପରେ ଭାରତୀୟ ଦଳର ସ୍ଥିତି ସମ୍ଭାଳିଥଲେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ମୟଙ୍କ ଅଗ୍ରଓ୍ଵାଲ ଓ ଚେତେଶ୍ୱର ପୂଜାରା । ଉଭୟ ଦ୍ୱିତୀୟ ଓ୍ଵିକେଟ ଯୋଡ଼ିରେ ଶତକୀୟ ଭାଗିଦାରୀ କରିଥିଲେ।। ପୂଜାରା ଓ ମୟଙ୍କ ଯୋଡ଼ି ଦୃଢ଼ ବ୍ୟାଟିଂ କରି ୧୧୬ ରନର ପାର୍ଟନରସିପ୍ କରିଥିଲେ ।

ମୟଙ୍କ ଅଗ୍ରଓ୍ଵାଲ ୭୭ରନ୍ କରି ଆଉଟ୍ ହେବା ପରେ ଚେତେଶ୍ୱର ପୂଜାରା ଅଧିନାୟକ୍ ବିରାଟ କୋହଲିଙ୍କ ସହିତ ମିଶି ଭାରତୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଅଧିନାୟକ କୋହଲି ୨୩ ରନ(୪ ଚୌକା) ରନ୍ କରି ଅଧିନାୟକ ପାଇନେଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଯିବା ପରେ ପୂଜାରା ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ସାଥି କରି ଭାରତୀୟ ପାଳି ଆଗକୁ ବଢ଼ାଇବା ସହିତ ଟେଷ୍ଟ କ୍ରିକେଟରେ ୧୮ତମ ଶତକ ହାସଲ କରିଥଲେ। ଏହି ଯୋଡ଼ି ୪୮ ରନର ଭାଗିଦାରୀ କରିଥିଲେ।  ପରେ ରାହାନେ ଓ୍ଵିକେଟକିପରଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିବା ପରେ ପୂଜାରାଙ୍କ ସହି ଯୋଡ଼ି ହୋଇଛନ୍ତି ହନୁମା ବିହାରୀ। ପୂଜାରା ସମସ୍ତ ଅଷ୍ଟ୍ରେଲିୟ ବୋଲରଙ୍କୁ ଦୃଢ଼ ମୁକାବିଲା କରିଥିଲେ।