ଭାରତ-ଅଷ୍ଟ୍ରେଲିଆ ଆଡିଲେଡ ଟେଷ୍ଟ । ପ୍ରଥମ ଦିନରେ ଝୁଣ୍ଟିଲା ଭାରତ, ଶତକ ସହ ସମ୍ମାନ ରଖିଲେ ଚେତେଶ୍ୱର ପୂଜାରା ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୮୭.୫ ଓଭର ମଧ୍ୟରେ ୨୫୦ ରନ୍ ଅକ୍ତିଆର କରିଛି ।

247

କନକ ବ୍ୟୁରୋ: ଆଡ଼ିଲେଡରେ ଆଜିଠାରୁ ଆରମ୍ଭ ହୋଇଥିବା ଭାରତ ଅଷ୍ଟ୍ରେଲିଆ କ୍ରିକେଟ୍ ଟେଷ୍ଟ ସିରିଜ୍ ରେ ଭାରତୀୟ ଟିମକୁ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଝାଳ ବୁହାଇବାକୁ ପଡ଼ିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୮୭.୫ ଓଭର ଖେଳି ୯ ୱିକେଟ୍ ହରାଇ ୨୫୦ ରନ୍ ଅକ୍ତିଆର କରିପାରିଛି । ଭାରତୀୟ ଟପ୍ ଅର୍ଡ଼ର ବ୍ୟାଟ୍ସମ୍ୟାନ ଜଣକ ପରେ ଜଣେ ପ୍ୟାଭିଲିୟନକୁ ଫେରିବାକୁ ଲାଗିବାରୁ ଭାରତର ବଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ସେପଟେ ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଟେଷ୍ଟ ଖେଳାଳୀ ଚେତେଶ୍ୱର ପୂଜାରାଙ୍କ ଚମକ୍ରାର ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳ ୨୫୦ ରନକୁ ଛୁଇଁ ପାରିଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା । ଆଡିଲେଡେରେ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ଝୁଣ୍ଟିଥିବା ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ଦଳ ଟି-୨୦ ସିରିଜକୁ ୧-୧ ସ୍ଥିତିରେ ଶେଷ କରିଥିଲା । କିନ୍ତୁ ଏବେ ଟେଷ୍ଟ ସିରିଜ୍ ଉପରେ ଉଭୟ ଦଳର ନଜର ଅଟକିଛି । କାରଣ ଅଷ୍ଟ୍ରେଲିଆର ତାରକା ଖେଳାଳିଙ୍କ ଅନୁପସ୍ଥିତିେରେ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ବଲ୍ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ଟିମ୍ର ଦୁଇ ମୁଖ୍ୟ ବ୍ୟାଟସମ୍ୟାନ୍ ଷ୍ଟିଭେନ୍ ସ୍ମିଥ ଓ ଡାଭିଡ୍ ୱାର୍ଣ୍ଣର ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ଫଳରେ ଅଷ୍ଟ୍ରେଲିଆର ବ୍ୟାଟିଂ ପୂର୍ବପରି ଆଉ ଶକ୍ତିଶାଳୀ ନାହିଁ । ତେବେ ଆରମ୍ଭରୁ ଆଜି ଭାରତକୁ ଶକ୍ତ ଝଟକା ଲାଗିଛି ।