ସୋର୍ଯ୍ୟ ଚକ୍ରରେ ସମ୍ମାନିତ ହେବାକୁ ଯାଉଛନ୍ତି ବୀର ଯବାନ୍ ସହିଦ୍ ଔରଙ୍ଗଜେବ ! ଗର୍ବରେ ପିତାମାତାଙ୍କ ଆଖିରୁ ବୋହିଆସୁଛି ଲୁହ ।

55

ଜାମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇ ହତ୍ୟାର ଶିକାର ହୋଇଥିବା ସହିଦ୍ ଯବାନ ଔରଙ୍ଗଜେବ୍ ସ୍ୱାଧୀନତା ଦିବସ ଅବସରରେ ସୋର୍ଯ୍ୟ ଚକ୍ରରେ ସମ୍ମାନିତ ହେବାକୁ ଯାଉଛନ୍ତି । ସୋର୍ଯ୍ୟ ଚକ୍ର ଦିଆଯିବାକୁ ନେଇ ଘୋଷଣା ହେବା ପରେ ତାଙ୍କ ପରିବାର ମଧ୍ୟପ୍ରଦେଶର ଇନ୍ଦୋର ପହଞ୍ଚିଛନ୍ତି । ସହିଦ୍ ଔରଙ୍ଗଜେବଙ୍କ ପରିବାର ଏଠାରେ ଧ୍ୱଜାରୋହଣ ସମାରୋହରେ ସାମିଲ୍ ହୋଇ ସହିଦ୍ ପୁତ୍ରର ଉଚ୍ଚସ୍ତରୀୟ ସମ୍ମାନକୁ ଗ୍ରହଣ କରିବେ । ପୁତ୍ରକୁ ସୋର୍ଯ୍ୟ ଚକ୍ର ମିଳିବା ପାଇଁ ଘୋଷଣା ହେବା ପରେ ପିତା ନିଜ କୋହକୁ ସମ୍ଭାଳି ନପାରି କହିଛନ୍ତି,ଦେଶର ସରକାର ଉପରେ ତାଙ୍କର ବିଶ୍ୱାସ ରହିଛି କିନ୍ତୁ ଜାମୁ -କାଶ୍ମୀରର ନେତାମାନଙ୍କ ତରଫରୁ ତାଙ୍କୁ କୌଣସି ସୁବିଧା ମିଳୁନାହିଁ ।

ସହିଦ୍ ପୁତ୍ରର ଫଟୋକୁ ଚୁମ୍ବନ ଦେଇ ମା’ଙ୍କ ଆଖିରୁ ବୋହିଲା ଲୁହ : ଏହି ଶୁଭଅବସରରେ ସହିଦ୍ ଔରଙ୍ଗଜେବଙ୍କ ମା’ ମଧ୍ୟ ସମାରୋହ ସ୍ଥଳରେ ନିଜ ପୁତ୍ରର ଫଟୋ ଦେଖି ନିଜ କୋହକୁ ରୋକି ପାରିନଥିଲେ । ସେ କହିଥିଲେ,ଜାମୁ -କାଶ୍ମୀର ଘାଟିର ଏଭଳି ପରିସ୍ଥିତି ପାଇଁ ସ୍ଥାନୀୟ ନେତା ଦାୟୀ ଅଟନ୍ତି । ପାକିସ୍ଥାନ ସହ ମିଶି ନିରୀହ ଲୋକଙ୍କ ଜୀବନ ନେଉଥିବା ଏବଂ ରାଜନୀତି କରୁଥିବା ଲୋକଙ୍କର କେବେ ବି ଭଲ ହେବ ନାହିଁ ।

ଆତଙ୍କବାଦୀମାନେ ଚଳିତ ବର୍ଷ ଜୁନ୍ ମାସରେ ପୁଲବାମାରୁ ଯବାନ ଔରଙ୍ଗଜେବଙ୍କୁ ଅପହରଣ କରି ଅତି ବର୍ବରତାର ସହ ହତ୍ୟା କାରିଥିଲେ । ଉକ୍ତ ସମୟରେ ସେ ଇଦ୍ ପାଳନ କରିବା ପାଇଁ ଘରକୁ ଯାଉଥିଲେ । ୪୪ ରାଷ୍ଟ୍ରୀୟ ରାଇଫଲରୁ ଲିଙ୍କ୍ ରଖୁଥିବା ଯବାନ ଔରଙ୍ଗଜେବଙ୍କ ବିଭତ୍ସ ଶବ ପୁଲବାମାର କଲାମପୁରାଠାରୁ ୧୦ କି.ମି ଦୂରରୁ ମିଳିଥିଲା । ବର୍ତ୍ତମାନ ଭାରତମାତାର ଏହି ବୀର ସନ୍ତାନକୁ ସୋର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉଛି । ତେବେ ପୂର୍ବବର୍ଷ ତାଙ୍କୁ ବୀରତା ପୁରସ୍କାର ମଧ୍ୟ ମିଳିସାରିଛି ।