ଅଗଷ୍ଟା ହେଲିକପ୍ଟର ଦୁର୍ନୀତି ମାମଲା: ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

39

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଦେଶର ପୂର୍ବରୁ ହୋଇଥିବା ଗୋଟିଏ ପରେ ଗୋଟିଏ ଦୁର୍ନିତିର ଖୋଳତାଡ ଆରମ୍ଭ କରାଯାଇଛି । ତେବେ ଏଥିରେ ଥିବା ସମସ୍ତ ଦୋଷୀ ମାନଙ୍କୁ ଦଣ୍ଡ ଦିଆଯିବ ବୋଲି ମୋଦି ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରୁଥିବା ଦେଖାଯାଉଛି । ତେବେ ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର ସ୍କାମ୍ ସମ୍ପର୍କରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ନୂଆ ତଥ୍ୟ ପ୍ରକାଶ କରାଯାଇଛି । ଦେଶର ପୂର୍ବତନ ବାୟୁସେନା ମୁଖ୍ୟ ଏସ୍ ପି ତ୍ୟାଗୀଙ୍କ କମ୍ପାନି ଏହି ହେଲିକପ୍ଟର କ୍ରୟ ଚୁକ୍ତିରୁ ୧ କୋଟିରୁ ଅଧିକ ଟଙ୍କାର ଫାଇଦା ପାଇଥିବା ଇଡି ତଦନ୍ତରୁ ଜାଣିପାରିଛି । ତେଣୁ ଏହି ମାମଲାରେ ଇଡି ପକ୍ଷରୁ ଅର୍ଥ ଠକେଇ ନିବାରଣ ଆଇନ (ପିଏମ୍ଏଲ୍ଏ)ରେ ଥିବା ବ୍ୟବସ୍ଥା ଅନୁସାରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିରେ ମୋଟ ୩୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି ।

୩,୬୦୦ କୋଟି ଟଙ୍କାର ଏହି ବହୁଚର୍ଚ୍ଚିତ ହେଲିକପ୍ଟର ଦୁର୍ନୀତିରେ କୋଟି କୋଟି ଟଙ୍କା କାରବାର କରାଯାଇଛି । ଏଥିରୁ ତ୍ୟାଗୀଙ୍କ କମ୍ପାନି ମଧ୍ୟ ୧ କୋଟିରୁ ଅଧିକ ଲାଭ ପାଇଛି । ଅପରପକ୍ଷରେ ମାମଲାରେ ସୋନିଆ ଗାନ୍ଧୀଙ୍କୁ ଦୋଷାରୋପ କରିବା ଲାଗି ମୋଦୀ ସରକାର ହେଲିକପ୍ଟର କ୍ରୟ ଚୁକ୍ତିର ମଧ୍ୟସ୍ଥି କ୍ରିଷ୍ଟିଆନ୍ ମାଇକେଲଙ୍କ ଉପରେ ଚାପ ପକାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ସରକାର ଉପା ଅଧ୍ୟକ୍ଷା ସୋନିଆଙ୍କ ବିରୋଧରେ ଏକ ଅଭିଯାନ ଚଳାଇଥିବା ମଧ୍ୟ କଂଗ୍ରେସ ପକ୍ଷରୁ ଗୁରୁବାର ଦର୍ଶାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଦେଶରେ ପୂର୍ବରୁ ଯେଉଁ ବଡବଡ ଦୁର୍ନିତି ଖୋଳତାଡ ଆରମ୍ଭ କରାଯାଇଛି ସେଥିରେ କେଉଁଠାରେ ନା କେଉଁଠାରେ କଂଗ୍ରେସର ନେତାମାନେ ସମ୍ପୃକ୍ତ ଅଛନ୍ତି । ତେବେ ସେମାନେ ଯଦି ଦୋଷୀ ନୁହନ୍ତି ତେବେ ସେମାନଙ୍କୁ ଚିନ୍ତା କରିବାର କୈାଣସି ଆବଶ୍ୟକତା ନାହିଁ । ପ୍ରତ୍ୟେକ ସମୟରେ ଦେଷୀମାନେ ଦଣ୍ଡ ପାଇବାର ଆବଶ୍ୟକତା ରହିଛି ତେଣୁ ଯେଉଁମାନେ ଦେଷୀ ସେମାନେ ଆଇବ ଆଖିରୁ କେବେ ବି ଖସି ପାରିବେ ନାହିଁ । ବାରମ୍ବାର କଂଗ୍ରେସର ନେତାମାନେ ମୋଦି ସରକାର ଜାଣିଶୁଣି ସେମାନଙ୍କ ନାମରେ ମାମଲା ରିଜୁ କରୁଥିବା ଯେଉଁ ଦୋଷାରାପ କରୁଛନ୍ତି ସେଠାରୁ କ୍ଷାନ୍ତ ରହିବା ପାଇଁ ବିଜେପିର ଜଣେ ବରିଷ୍ଠ ନେତା ବିରୋଧୀମାନଙ୍କୁ ପରାମର୍ଶ ଦେଇଛନ୍ତି ।