ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ବେଳେ କାହିଁକି କାମ କଲାନି ମାଇକ୍ ! କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ଲୋକ ସଂପର୍କ ବିଭାଗ

30

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କାହିଁକି କାମ କଲାନି ମାଇକ୍? ଏନେଇ ଉତ୍ତର ରଖିବେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛି ଲୋକ ସଂପର୍କ ବିଭାଗ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ କାହିଁକି ମାଇକ୍ କାମ କଲାନି ତାହା ଜଣାଇବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ସହରୀ ପାନୀୟ ଜଳ ଯୋଗାଣ ଉଦଘାଟନ ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ମୁଖ୍ୟମନ୍ତ୍ରୀ ଭାଷଣ ଦେବାର ମାତ୍ର କିଛି ସମୟ ପରେ ହଠାତ୍ ମାଇକ୍ରୋଫୋନଟି କାମ କରିବା ବନ୍ଦ କରିଦେଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ହୋଇପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଅନ୍ୟ ଏକ କଡଲେସ୍ ଫୋନ ଆଣି ସୁରକ୍ଷା କର୍ମୀ ଧରିଥିଲେ । ତେବେ ଏହି ପୁରା ବ୍ୟବସ୍ଥା ଦେଖି ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇଥିବା ସହଜରେ ବାରି ହୋଇପଡିଥିଲା ।

ଏହି ପ୍ରସଙ୍ଗରେ କଟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ଚାହିଁ ନାହାନ୍ତି । କିନ୍ତୁ ଏହି ଘଟଣାକୁ ଗୁରୁତ୍ୱ ନଦେଇ, ବୈଷୟିକ ତ୍ରୁଟିରେ ତାଙ୍କର କିଛି କରିବାର ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଏହି ସଭାରେ ସରକାରୀ ମାଇକ୍ ବଦଳରେ ଏକ ଘରୋଇ ସଂସ୍ଥାଠାରୁ ମାଇକ୍ ଆସିଥିବା ନେଇ ଚର୍ଚ୍ଚା ହେଉଛି ।