ରେଡ୍ କରିବାକୁ ଯାଇ ଦେହଜୀବୀଙ୍କ ପ୍ରେମରେ ପଡିଗଲେ ଅଫିସର୍ ! ବଜାରରେ ବୁଲୁଛି ଉଭୟଙ୍କ ଅଡିଓ ଟେପ୍

103

କନକ ବ୍ୟୁରୋ : ଏଭଳି ଏକ ପ୍ରେମ କାହାଣୀ ଯାହା ଆଗରୁ ଆପଣ କେବେବି ଶୁଣି ନଥିବେ । ସେକ୍ସ ରାକେଟ୍ ଡଢାଉ ବେଳେ, ଜଣେ ଦେହଜୀବୀଙ୍କୁ ଦେଖି ଭଲ ପାଇ ବସିଥିଲେ କମିଶନରେଟ ପୁଲିସର ଜଣେ ବାବୁ । କିନ୍ତୁ ପରେ, ଧୋକା ଦେଇଦେଲେ । ଆଉ ପୁଲିସ୍ ବାବୁଙ୍କ ସହ ପ୍ରେମ ବର୍ତ୍ତାଳାପକୁ ପ୍ରକାଶ କରିଦେଇଛନ୍ତି ଦେହଜୀବୀ ପ୍ରେମିକା ।

ଦେହଜୀବୀ ଜଣକ କନକ ନ୍ୟୁଜକୁ ଦେଇଥିବା ସୂଚନାନୁସାରେ, ସେକ୍ସ ରାକେଟ୍ କାରବାର ନେଇ ଚାଲିଥିଲା ଚଢାଉ । ଆଉ ଏହି ସେକେଣ୍ଡ ଅଫିସର୍ ଜଣକ ରେଡ୍ କରୁଥିଲେ । ଗରାଖଙ୍କ ଦେହଜୀବୀମାନେ ଅସଂଜତ ଅବସ୍ଥାରେ ଧରା ପଡିଥିଲେ ।

ସେଥି ଭିତରୁ ଜଣକୁ ଭଲ ପାଇ ବସିଥିଲେ ପୁଲିସ୍ ବାବୁ ଜଣକ । ବାହୁବଳୀ ଅଫିସର୍ ଜଣକ ମାତ୍ର ୩ ଘଂଟା ଭିତରେ ଦେହଜୀବୀକୁ ମୁକୁଳାଇବାରେ, ସଫଳ ହୋଇଥିଲେ । ଆଉ ଦେହଜୀବୀ ପଡିଯାଇଥିଲେ ପୁଲିସ୍ ବାବୁଙ୍କ ପ୍ରେମରେ ।

ପୁଲିସ୍ ବାବୁ ଜଣକ ସବୁବେଳେ, ସବୁ ସମୟରେ ସବୁ ପ୍ରକାରର ସାହାଯ୍ୟ କରୁଥିଲେ ଦେହଜୀବୀଙ୍କୁ । ଆଉ ଏହି ସାହାଯ୍ୟ ବଦଳରେ, ଦେହଜୀବୀଙ୍କ ସହ ରାତି କଟାଉ ଥିଲେ । କେତେବେଳେ, ରାଜଧାନୀର ହୋଟେଲ ତ ପୁଣି କେତେବେଳେ ରାଜଧାନୀ ବାହାରେ କଟୁଥିଲା ରାତି ।

କିନ୍ତୁ ଏବେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇ ସଂପର୍କରେ ଫାଟ ସୃଷ୍ଟି ହୋଇଛି । ଆଉ ଦୁଇ ଜଣଙ୍କ ଅନ୍ତରଙ୍ଗ କଥାବାର୍ତ୍ତାର ଅଡିଓ ଟେପ୍ ବଜାରକୁ ଛାଡି ଦେଇଛନ୍ତି ଦେହଜୀବୀ । ଏହି ଅଡିଓ ଟେପକୁ ସାଧାରଣରେ ପ୍ରକାଶ କରିଦେବା ପରେ, କମିଶନରେଟ୍ ପୁଲିସର କିଛି ଅଫିସରଙ୍କ ଛାତିରେ ଛନକା ପଶିଛି । କାରଣ ଆଉ କିଛି ଦେହଜୀବୀ ମଧ୍ୟ ଅନୁରୂପ ଅଡିଓ ଟେପ୍ ପ୍ରକାଶ କରିବାର ଆଗକୁ ସମ୍ଭାବନା ରହିଛି ।