ଜର୍ମାନୀରୁ ଗିରଫ ହେଲେ ଅଡି କାର ସିଇଓ ! ଲାଗିଲା ସାଂଘାତିକ ଅଭିଯୋଗ, ଜାଣନ୍ତୁ ପୁରା ଘଟଣା ।

40

ଜର୍ମାନୀର ପ୍ରତିଷ୍ଠିତ ଅଡି କାର କମ୍ପାନୀ ସିଇଓ ରୁପର୍ଟ ଷ୍ଟାଡଲରଙ୍କୁ ଗିରଫ କରିଛି ପୋଲିସ । ଅଡି ଡିଜେଲ କାରରେ ପ୍ରଦୂଷଣକୁ ଲୁଚାଇବା ଘୋଟାଲାରେ ଗିରଫ କରିଛି ଜର୍ମାନୀର ବର୍ଲିନ ପୋଲିସ । ତେବେ ବର୍ଲିନ ପୋଲିସ କହିବା ମୁ୍ତାବକ ଅଡିର ସମସ୍ତ ଡିଜେଲ ଗାଡିରେ ପ୍ରଦୂଷଣ ପରୀକ୍ଷଣକୁ ଲୁଚାଇବା ପାଇଁ ଏକ ସଫ୍ଟୱେୟାରର ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଗିରଫ ହୋଇଥିବା ରୁପର୍ଟ ଷ୍ଟାଡଲରଙ୍କୁ କୋର୍ଟରେ ହାଜର କରାଯିବା ସହ ମାମଲାର ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ନେଇଛି ବର୍ଲିନ ପୋଲିସ ।

ତେବେ ଗତ ବର୍ଷ ଭୋଲକ୍ସୱାଗନର ପରେଣ୍ଟ କମ୍ପାନୀ ନିଜର ଡିଜେଲ ଗାଡିରେ ମଧ୍ୟ ଏଭଳି ପ୍ରଦୂଷଣ ପରୀକ୍ଷଣକୁ ନେଇ ଘୋଟାଲା କରିଥିବା ଘଟଣାରେ ଭୋଲକ୍ସୱାଗନ ଚେୟାରମ୍ୟାନଙ୍କୁ ମଧ୍ୟ ଜୋରିମାନା ଦେବାକୁ ପଡିଥିଲା । ସେହିଭଳି ସମାନ ଅଭିଯୋଗରେ ମଧ୍ୟ ଗିରଫ ହୋଇଛନ୍ତି ଅଡି କାର ସିଇଓ ରୁପର୍ଟ ଷ୍ଟାଡଲର । ବର୍ଲିନ ପୋଲିସ ସୁଚନା ଅନୁସାରେ ଗତ ମେ ମାସରେ ଅଡି ସିଇଓ ରୁପର୍ଟ ଷ୍ଟାଡଲର ଅଡି ଏ-୬ ଏବଂ ଏ-୭ ମଡେଲର ୬୦ଳ ହଜାର କାରର ପ୍ରଦୂଷଣ ପରୀକ୍ଷଣ ଲୁଚାଇବା ପାଇଁ ଏକ ସଫ୍ଟୱେୟାରର ବ୍ୟବହାର କରିଥିଲେ ବୋଲି ସ୍ୱୀକାର କରିଛନ୍ତି । ତେବେ ୨୦୧୭ରେ ଅଡିର ଏହି ଦୁଇଟି ମଡେଲ ଏ-୬ ଏବଂ ଏ-୭ର ୮ଲକ୍ଷ ୫୦ ହଜାର କାର ସହିତ ଏଭଳି କୌଣସି ସଫ୍ଟୱେୟାର ବ୍ୟବହାର କରାଯାଇ ନାହିଁ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ପୂର୍ବରୁ ୨୦୧୫ରେ ପ୍ରଥମ ଥର ପାଇଁ ଡିଜେଲ ଗାଡିରେ ଏହି ସଫ୍ଟୱେୟାର ବ୍ୟବହାର କରିବା ସ୍କାମ ସାମ୍ନାକୁ ଆସିଥିଲା । ଏବଂ ଭୋଲକ୍ସୱେଗନ କାର କମ୍ପାନୀ ୧ କୋଟିରୁ ଅଧିକ ଡିଜେଲ ଗାଡିରେ ପ୍ରଦୂଷଣ ପରୀକ୍ଷଣକୁ ନେଇ ସଫ୍ଟୱେୟାର ବ୍ୟବହାର କରିଥିଲା । ଏହାକୁ ନେଇ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଘଟଣାର ତଦନ୍ତ କରି ଶେଷରେ ଘୋଟାଲାର ପର୍ଦ୍ଦାଫାସ କରିଥିଲା ଆମେରିକା ପୋଲିସ । ଏବଂ ଭୋଲକ୍ସୱେଗନ ପୂର୍ବତନ ସିଇଓ ମାର୍ଟିନ ୱିଣ୍ଟରକୋର୍ନଙ୍କ ବିରୋଧରେ ଅପରାଧୀକ ମାମଲା ଲଗାଇଥିଲା ପୋଲିସ । ଏହାପରେ ବିଭିନ୍ନ କମ୍ପାନୀ ମାନଙ୍କ ଉପରେ ବିଭିନ୍ନ ଦେଶର ପୋଲିସ କଡା ନଜର ରଖିଥିଲେ ।