ଆଟର୍ଣ୍ଣିଂ ଜେନେରାଲଙ୍କ ୟୁ-ଟର୍ଣ୍ଣ । ହୋଇନି ସୁପ୍ରିମକୋର୍ଟ ବିବାଦର ସମାଧାନ, ମତଭେଦ ଦୂର ପାଇଁ ଉଦ୍ୟମ ଜାରି

47

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବିବାଦ ନେଇ ଆଟର୍ଣ୍ଣିଂ ଜେନେରାଲ କେ.କେ ବେଣୁଗେପାଳ ଆଜି ୟୁ-ଟ ର୍ଣ୍ଣ ମାରିଛନ୍ତି । ବେଣୁଗୋପାଳ କହିଛନ୍ତି, ବର୍ତମାନ ସୁଦ୍ଧା ବିବାଦର ସମାଧାନ ହୋଇନାହିଁ ଓ ମତଭେଦ ଜାରି ରହିଛି । ଗତକାଲି ହିଁ ବିବାଦ ସମାଧାନ ହୋଇଥିଲା ବି ବେଣୁଗେପାଳ ଦାବି କରିଥିଲେ । କିନ୍ତୁ ଆଜି ନିଜ ମତ ବଦଳାଇଛନ୍ତି । ମିଳିଥିବା ଖବର ଅନୁସାରେ, ବିବାଦର ସମାଧାନ ଲାଗି ଉଦ୍ୟମ ଜାରି ରହିଛି ।

ଗତ ଶୁକ୍ରବାରଦିନ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି, ପ୍ରଧାନ ବିଚାରପତିଙ୍କ ଦୀପକ ମିଶ୍ରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ଦେଶରେ ହଇଚଇ ଦେଖାଦେଇଥିଲା । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ପ୍ରଧାନ ବିଚାପପତି ଜଷ୍ଟିସ ଦୀପକ ମିଶ୍ର ସୋମବାରଦିନ ୫ ଜଣିଆ ବିଚାରପତିଙ୍କୁ ନେଇ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିଛନ୍ତି । ଏଥିରେ ସାମ୍ବାଦିକ ସମ୍ମିଳନୀ କରିଥିବା ୪ ଜଣ ଜଜଙ୍କୁ ସାମିଲ କରାଯାଇନାହିାଁ ଏହି ସାମ୍ବିଧାନିକ ପୀଠ ୧୭ ଜାନୁଆରୀରୁ ଆଧାର, ସମଲିଙ୍ଗୀ ସମ୍ପର୍କ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବ ।

ଗତ ଶୁକ୍ରବାର ଦିନ ୪ଜଣ ବିଚାରପତି ଗଣମାଧ୍ୟମରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ଖଣ୍ଡପୀଠକୁ କେସ ବଂଟନର ସ୍ୱଛତା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ସମାଧାନ କରିବା ପାଇଁ ବାର କାଉଁସିଲ ଗତକାଲି ବିଚାରପତିମାନଙ୍କୁ ଭେଟି ସମାଧାନ ପାଇଁ ଆଲୋଚନା କରିଥିଲେ ।ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ସମାଧାନ ପାଇଁ ଅଂଟା ଭିଡିଥିଲା ବାର କାଉନସିଲ ଅଫ ଇଣ୍ଡିଆ ।

ବିଚାରପତି ଜଷ୍ଟିସ ଚେଲାମେଶ୍ୱରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ବାର କାଉନସିଲର ପ୍ରତିନିଧି ମଣ୍ଡଳୀ । ବାର କାଉନସିଲ ଅଫ ଇଣ୍ଡିଆର ପ୍ରତିନିଧି ଜଷ୍ଟିସ ଚେଲମେଶ୍ୱରଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଥିଲେ, କିଛି ସଂକଟ ନାହିଁ, ଏହା ସୁପ୍ରିମକୋର୍ଟଙ୍କ ଆଭ୍ୟନ୍ତରୀଣ ବ୍ୟାପାର । ଦୁଇ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ।

ସୁପ୍ରିମକୋର୍ଟର କାର୍ୟ୍ୟଶୈଳୀ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ଠିକ୍ ଭାବେ ବଂଟନ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା ।

ଏସବୁ ଭିତରେ ସିବିଆଇ ବିଚାରପତି ବିଏଚ ଲୋୟାଙ୍କ ମୃତ୍ୟୁ ମାମଲାରେ ନୁଆ ମୋଡ ଆସିଛି । ବିଏଚ ଲୋୟାଙ୍କ ପୁଅ ଅନୁଜ ଲୋୟା ପ୍ରେସମିଟ କରି କହିଥିଲେ ତାଙ୍କ ପିତାଙ୍କ ମୃତ୍ୟୁ ସନ୍ଦିଗ୍ଧ ନୁହେଁ, ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନୁଜ ଲୋୟା ଅନୁରୋଧ କହିଛନ୍ତି ପିତାଙ୍କ ମୃତ୍ୟୁ ପରେ ଆମେ ଦୁଃଖିତ ଅଛୁ, ଆଉ ତାଙ୍କ ପରିବାରକୁ ହଇରାଣ କରା ନଯାଉ ।