ରାଫେଲ ଡକ୍ୟୁମେଣ୍ଟ ଚୋରି ନେଇ ବିରୋଧୀଙ୍କ କଡା ସମାଲୋଚନା ପରେ ସୁପ୍ରିମକୋର୍ଟରେ ସରକାରଙ୍କ ୟୁଟର୍ଣ୍ଣ ! କହିଲେ ଦସ୍ତାବିଜ ଚୋରି ହୋଇନି, ଲିକ୍ ହୋଇଛି 

116

କନକ ବ୍ୟୁରୋ : ରାଫେଲ ଡକ୍ୟୁମେଂଟ ଚୋରି ହୋଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ସରକାର ଜଣାଇବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ କଡ଼ା ସମାଲୋଚନା ପରେ ଆଜି ୟୁଟର୍ଣ ନେଇଛନ୍ତି ଆଟର୍ନି ଜେନେରାଲ କେ କେ ବେଣୁଗୋପାଳ । ସେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡକ୍ୟୁମେଂଟ ଚୋରି ହୋଇନାହିଁ । ଅଭିଯୋଗକାରୀ ଏହାର ଫଟୋ କପି ବ୍ୟବହାର କରିଛନ୍ତି । ବେଣୁଗୋପଳ କହିଛନ୍ତି, ସୁପ୍ରିମକୋର୍ଟଙ୍କୁ ସେ ଜଣାଇଥିଲେ ଯେ ସରକାରଙ୍କ ଗୋପନୀୟ ଫାଇଲର ଫଟୋ କପି ପିଟିସନରେ ଦାଖଲ କରିଛନ୍ତି ଅଭିଯୋଗକାରୀ ।

ତେବେ ବୁଧବାର ଦିନ ରାଫେଲ ଡିଲ୍ ସଂପର୍କୀତ ଡକ୍ୟୁମେଂଟ ଚୋରି ହୋଇଥିବା ନେଇ ସୁପ୍ରିମକୋର୍ଟରେ ପକ୍ଷ ରଖିବା ପରେ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଫାଇଲ ଚୋରି ଘଟଣାର ଅପରାଧିକ ତଦନ୍ତ ପାଇଁ ସେ ଦାବି କରିଥିଲେ । ସ୍ଥିତି କ୍ରମେ ଗମ୍ଭୀର ହେଉଥିବାରୁ ଆରମ୍ଭ ହୋଇଛି ଡାମେଜ୍ କଂଟ୍ରୋଲ ପ୍ରକ୍ରିିୟା । ଭେନୁଗୋପଳ କହିଛନ୍ତି, ଯଶୋବନ୍ତ ସିହ୍ନା, ଅରୁଣ ସୌରୀ ଓ ପ୍ରଶାନ୍ତ ଭୂଷଣଙ୍କ ମିଳିତ ରିଭ୍ୟୁ ପିଟିସନରେ ଯେଉଁ ତିନିଟି ଡକ୍ୟୁମେଂଟ ଦିଆଯାଇଥିଲା, ତାହା ପ୍ରକୃତ କପିର ଫଟୋକପି ଥିଲା । ଫାଇଲ୍ ଚୋରି ହୋଇଥିବା ଦାବିରୁ ଓହରି ଯାଇଛନ୍ତି ଆଟର୍ନି ଜେନେରାଲ୍ ।