ସ୍କୁଲ ବସକୁ ଅପେକ୍ଷା କରି ଛିଡା ହୋଇଥିବା ସମୟରେ ଛାତ୍ରଙ୍କୁ ଛୁରା ମାଡ କଲେ ଦୁର୍ବୃତ୍ତ । ମୋବାଇଲ ଛଡାକୁ ବିରୋଧ କରିବାରୁ ହେଲା ଛୁରାମାଡ

ସ୍କୁଲ ବସକୁ ଅପେକ୍ଷା କରି ଛିଡା ହୋଇଥିବା ସମୟରେ ଛାତ୍ରଙ୍କୁ ଛୁରା ମାଡ କଲେ ଦୁର୍ବୃତ୍ତ

81

କନକ ବ୍ୟୁରୋ : ଯୋଡାରେ ଛାତ୍ରଙ୍କୁ ଛୁରାମାଡ । ଯୋଡା ବସଷ୍ଟାଣ୍ଡରେ ସ୍କୁଲ ବସକୁ ଅପେକ୍ଷା କରି ଛିଡା ହୋଇଥିବାବେଳେ ଜଣେ ଛାତ୍ରକୁ ଛୁରା ମାଡ କରିଛନ୍ତି ଦୁର୍ବୃତ୍ତ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଯୋଡା ପୌରପାଳିକାର ୧୦ନମ୍ବର ୱାର୍ଡର ବଡବିଲ ସେଂଟମେରୀ ସ୍କୁଲରେ ପଢ଼ୁଥିବା ଛାତ୍ର ଓଏସଏଚ୍ ନନ୍ଦ ବସଷ୍ଟାଣ୍ଡରେ ସ୍କୁଲ ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ ।

ଏହି ସମୟରେ ଜଣେ ଦୁବୃର୍ତ ଆସି ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ । ତାପରେ ଛାତ୍ର ଜଣଙ୍କ ମୋବାଇଲ ମାଗିବାରୁ ଛୁରିରେ ଆକ୍ରମଣ କରିଥିଲେ ଦୁବୃର୍ତ । ଛାତ୍ର ଜଣଙ୍କର ପିଠିରେ ଏବଂ କାନରେ ଆଘାତ ଲାଗିଛି । ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ତେବେ ଏପରି ଭାବରେ ଘଟଣା ଅନେକ ସମୟରେ ଘଟିବାରେ ଲାଗିଛି ।