ନିମାପଡା : ବାଲିଆଶାସନ ଗାଁରେ ବିଜୟୀ ବିଜେଡି ସମର୍ଥକଙ୍କୁ ବିିରୋଧୀ ମାନେ ଆକ୍ରମଣ କରିଥିବା ଅଭିଯୋଗ

21

କନକ ବ୍ୟୁରୋ : ନିମାପଡା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ପଂଚାୟତର ବାଲିଆଶାସନ ଗାଁରେ ନିର୍ବାଚନକୁ ନେଇ ବୁଲିଲା ମାରଣାସ୍ତ୍ର । ବିଜୟୀ ବିଜେଡି ସମର୍ଥକଙ୍କୁ ବିରୋଧୀ ମାନେ ଆକ୍ରମଣ କରିଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗେ ହୋଇଛି । ଅଭିଯୋଗ ଆନୁସାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢେଇ କରୁଥିବା ପ୍ରମୋଦ ବାରିକ ଓ ତାଙ୍କ ପରିବାର ବିଜେଡି ସମର୍ଥକଙ୍କୁ ମାଡ ମାରି ଲୁହାଣ କରିଛନ୍ତି । ପ୍ରମୋଦଙ୍କ ମାଡରେ ୫ରୁ ଅଧିକ କର୍ମୀ ଆହତ ହୋଇଥିବା ବେଳେ, ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଗୁରୁତର ମହିଳାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।