ଭଦ୍ରକ: ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ

40

କନକ ବ୍ୟୁରୋ: ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ରୋଗୀ ଦେଖାକୁ କେନ୍ଦ୍ରକରି ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଟାଉନ ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି । ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଡାକ୍ତର । ତେବେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଡାକ୍ତରଙ୍କ ଆଲୋଚନା ପରେ କାର୍ଯ୍ୟରେ ଯୋଗାଦେଇଛନ୍ତି ଡାକ୍ତର ।

ସୂଚନା ମୁତାବକ, ଜଣେ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ନିମନ୍ତେ ଡାକ୍ତର ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଯାଂଚ କରିଥିଲେ । ସେହି ସମୟରେ ରୋଗୀର ଜଣେ ସଂପର୍କିୟା ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଚାପୁଡା ମାରିଥିଲେ ।

ଯାହାକୁ ପ୍ରତିବାଦ କରି ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ସହ ଡାକ୍ତରଙ୍କ ଆଲୋଚନା ହୋଇଥିଲା ଏବଂ ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ଡାକ୍ତରଙ୍କ ପ୍ରତି ବାରମ୍ବାର ହେଉଥିବା ଆକ୍ରମଣକ ବର୍ତ୍ତମାନ ଡାକ୍ତରଙ୍କ ସୁରକ୍ଷା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।