ଯାଜପୁର : ସ୍ପଷ୍ଟ ଦିବାଲୋକରେ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ, ୩ ଜଣ ମହିଳା ଗିରଫ

20

କନକ ବ୍ୟୁରୋ : ସ୍ପଷ୍ଟ ଦିବାଲୋକରେ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଘଟିଛି ଯାଜପୁରର ମୁଣ୍ଡମାଳ ଛକ ନିକଟରେ । ଯାଜପୁର ବ୍ୟାସନଗର ତହସିଲ ଅଂଚଳରେ ମୋରମ , ମାଙ୍କଡ଼ା ପଥର ଆଦି ଚୋରା କାରବାର ବୃଦ୍ଧି ପାଉଛି । ତା’ ସହ ବୃଦ୍ଧି ପାଉଛି ମୋରବମ ମାଫିଆଙ୍କ ଗୁଣ୍ଡାରାଜ୍ । ତେବେ ଏକ ମୋରମ ଗାଡ଼ିକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସ୍ଥାନୀୟ ବ୍ୟାସନଗର ତହସିଲଦାର ସପନ କୁମାର ନନ୍ଦ ।

ସୂଚନା ଅନୁସଯାୟୀ ମୋରମ ଗାଡ଼ିକ ପିଛା କରିବା ସମୟରେ ଗାଡ଼ିଟି ହତହସିଲଦାର ଗାଡ଼ିକକୁ ସାଇଡ଼୍ କରି ଖସି ପଳେଇବା ପାଇଁ ଚେଷ୍ଟା କରୁଥିଲା । ତହସିଲଦାରଙ୍କ ଗାଡ଼ି ମୋରମ ଗାଡ଼ିକ ପିଛା କିରିବା ପାଇଁ ଚେଷ୍ଟା କରିଥିଲା । ତହସିଲଦାର ଗାଡ଼ିକୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗାଡ଼ି ମାଲିକ ଓ ଅନ୍ୟ ସମ୍ପର୍କୀୟ ଗ୍ରାମବାସୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଯେଉଁଥିଲେ ସାମିଲ ଥିଲେ ଉଭୟ ମହିଳା ଓ ସାମିଲ । ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲସି ଘଟଣାସ୍ଥଳେରେ ପହଞ୍ଚି ୩ ଜଣ ମହିଳାଙ୍କୁ ଗିରଫ କରିବା ସହ ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।