କନ୍ଧମାଳ କୁକୁଲାଝର ଜଙ୍ଗଲରେ ମାଓକ୍ୟାମ୍ପ ଉପରେ ସୁରକ୍ଷାବାହିନୀର ହମଲା ! ଛତ୍ରଭଙ୍ଗ ଦେଲେ ମାଓବାଦୀ

32

କନକ ବ୍ୟୁରୋ : ପୁଣି ମାଓ କ୍ୟାମ୍ପ ଉପରେ ସୁରକ୍ଷାବାହିନୀର ହମଲା । କନ୍ଧମାଳ ଖଜୁରୀପଡା କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ ହୋଇଛି । ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ କିଛି ସମୟ ଧରି ଗୁଳବିନିମୟ ହୋଇଥିଲା । ଏହା ପରେ ପୋଲିସ ଅଚାନକ ଚଢାଉ ପରେ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । କ୍ୟାମ୍ପରୁ ବହୁ ପରିମାଣୀ ମାଓ ସମାଗ୍ରୀ ଜବତ ହୋଇଛି । କ୍ୟାମ୍ପରେ ୧୦ରୁ ୧୫ ଜଣ ମାଓବାଦୀ ଥିବା ଜଣାପଡିଛି ।

ସେପଟେ କୋରାପୁଟରେ ପୁଲିସ ମହାନିର୍ଦ୍ଦେଶକ ଆର ପି ଶର୍ମା । ଏସିଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଡିଜି ରାଜନ୍ଦ୍ରେ ପ୍ରସାଦ ଶର୍ମା । ଆଡିସନାଲ ଡିଜି ଅପରେସନ ଆର ପି କୋଚେ, ଗୁଇନ୍ଦା ବିଭାଗ ଡିଜି. ଡିଭିଏଫ ଓ ଏସଓଜି ଟିମ ମଧ୍ୟ ମିଟିଂରେ ଉପସ୍ଥିତ ଅଛନ୍ତି । ଦକ୍ଷିଶ ପଶ୍ଚିମ ରେଂଜର ମାଓ ସ୍ଥିତ ନେଇ ଆଲୋଚନା ଚାଲିଛି ।

ସୂଚନାଯୋଗ୍ୟ ଆଜି ଛତିଛଗଡ ବିଜେପୁରରେ ଲାଲବାହିନୀର ଆକ୍ରମଣରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି । ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ଏବଂ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ଅଧ୍ୟକ୍ଷ ଜଗଦୀଶ କୋଣ୍ଡରାଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଗଦୀଶଂକୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ ।