କାକଟପୁର ମଙ୍ଗଳା ମନ୍ଦିରରେ ଅଭାବନୀୟ ଘଟଣା । ଦକ୍ଷିଣା ନଦେବାରୁ ମହିଳା ଭକ୍ତଙ୍କୁ ସେବାୟତ ମାଡ ମାରିଥିବା ଅଭିଯୋଗ । କ୍ୟାମେରା ଦେଖିଲା ପୂରା ଘଟଣା

41

କନକ ବ୍ୟୁରୋ: କାକଟପୁର ମଙ୍ଗଳାଙ୍କ ମନ୍ଦିରରେ ଅଭାବନୀୟ ଘଟଣା । ବଚସାକୁ କେନ୍ଦ୍ରକରି ମହିଳା ଭକ୍ତଙ୍କୁ ସେବାୟତ ମାଡ ମାରିଥିବା ଅଭିଯୋଗ ହୋଇଛି । ପୁରା ଘଟଣାର ଚିତ୍ର କଏଦ ହୋଇଥିଲା ସିସିଟିଭିରେ ।

ଘଟଣା କିଛି ଏହିପରି ଥିଲା କି , ପୁରୀରୁ ମଙ୍ଗଳାଙ୍କ ଦର୍ଶନ ପାଇଁ ୨ ଜଣ କନଷ୍ଟେବଳଙ୍କ ପରିବାର ଆସିଥିଲେ । ମନ୍ଦିରକୁ ପ୍ରବେଶ ପରେ ଜଗମୋହନ ନିକଟରେ ଅଟକାଇ ସେବାୟତମାନେ ବାରମ୍ବାର ପଚାରିଥିଲେ ସେମାନେ କେଉଁଠୁ ଆସିଛନ୍ତି । ପରେ ଦକ୍ଷିଣା ମାଗିବା ବେଳେ ଉଭୟ ପକ୍ଷ ମଧ୍ୟରେ ଝମେଲା ହୋଇଥିଲା । କିିଛି ସେବାୟତ ମହିଳାଙ୍କୁ ଠେଲାପେଲା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣା ପରେ କନଷ୍ଟେବଳଙ୍କ ପରିବାର ପକ୍ଷରୁ କାକଟପୁର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ୩ ଜଣ ସେବାୟତଙ୍କୁ ଗିରଫ କରିଥିଲା ।

ତେବେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ସେବାୟତ । ଏହା ଏକପାଖିଆ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ଆଜି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ ନକରିବାକୁ ନିଷ୍ପତି ନେଇଛନ୍ତି । ମା’ ମଙ୍ଗଳା ସେବକ ସମିତିର ବୈଠକରେ ସେବାୟତମାନେ ଏହି ନିଷ୍ପତି ନେଇଛନ୍ତି । ଏଥିସହ ଆଜି ମନ୍ଦିର ସାମନାରେ ପ୍ରତିକ ଧାରଣା ଦେବେ ବୋଲି କହିଛନ୍ତି ।