ଭାରତର ଭୂସ୍ୱର୍ଗରେ ଆଇଏସଆଇଏସ ଆତଙ୍କବାଦୀ ! ଥାନାରେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ସଙ୍ଗଠନ, ୱେବସାଇଟରେ ଦେଲା ସୂଚନା

56

ଭାରତର ଭୂସ୍ୱର୍ଗ କାଶ୍ମୀରରେ ଉପସ୍ଥିତି ଜାହିର କଲା ଦୁର୍ଦ୍ଦଶ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ । କାଶ୍ମୀରରେ ଆଇଏସଆଇଏସ ଆତଙ୍କବାଦୀ ମାନେ ଆତଙ୍କର ବିଷ ମଞ୍ଜି ବୁଣିବା ଆରମ୍ଭ କରିଦେଲେଣି । ଆକ୍ରମଣ କରି ଏହାର ଝଲକ ଦେଖାଇ ସାରିଲେଣି । କେବଳ ଯେ ଆଇଏସଆଇଏସ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି ତାହା ନୁହେଁ ବରଂ ଶୁକ୍ରବାର ଶ୍ରୀନଗରର ଜକୁରା ପୋଲିସ ଥାନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଏହି ସଂଗଠନ । ଆଇଏସଆଇଏସର ଅଫିସିଆଲ ୱେବସାଇଟ ଏହନାକରେ ଆରବି ଭାଷାରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଆଇଏସ ।

508299-isisଶୁକ୍ରବାର ଜଳୁରା ପୋଲିସ ଥାନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ସବ ଇନସପେକ୍ଟର ଶହୀଦ ହୋଇଥିଲେ । ଏହାଛଡା ଜଣେ ଏସପିଓ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ପୋଲିସ ଥାନା ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ମାନେ ଆଇଏସଆଇଏସର କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠାରୁ ଦୁର୍ଦ୍ଦଶ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଏବେ କାଶ୍ମୀରରେ ବଳ ଜୁଟାଇବାରେ ଲାଗିଛି ।

ଗତ କିଛି ଦିନ ପୂର୍ବେ ଗୁଇନ୍ଦା ବିଭାଗ ଏକ ଟ୍ୱଟ୍ର ଆକାଉଣ୍ଟକୁ ଟ୍ରାକ କରିଥିଲେ । ୨୩ ଅକ୍ଟୋବରରେ ଏହି ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ୱିଟ କରି ଲେଖା ଯାଇଥିଲା ଯେ, କାଶ୍କୀରରେ ଆକ୍ରମଣ କରିବା ପାଇଁ ଆଇଏସଆଇଏସର ଏକ ଗ୍ରୁପ ପ୍ରସ୍ତୁତ ହୋଇ ସାରିଛନ୍ତି । ଏପରିକି ସ୍ଥାନୀୟ ଆତଙ୍କି ସଙ୍ଗଠନ ମଧ୍ୟ ଆଇଏସଆଇଏସକୁ ସମର୍ଥନ କରୁଥିବା ଏଥିରେ ଦର୍ଶାଯାଇଥିଲା । ଏହାର ଯାଞ୍ଚ ଏବେ ଗୁଇନ୍ଦା ବିଭାଗ କରୁଛି । ଗତ କିଛି ମାସ ହେଲା, କାଶ୍କୀର ସୀମାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ପତାକା ଦେଖିବାକୁ ମିଳୁଛି । ଏ ଗୋଟିଏ ପଟେ ସେନା ଅପରେସନ ଅଲଆଉଟ ଅଭିଯାନ କରି ଆତଙ୍କବାଦୀଙ୍କୁ ନିପାତ କରୁଥିବା ବେଳେ ଆଇଏସଆଇଏସ ସଂଗଠନ କାଶ୍ମୀର ଘାଟିରେ ମୁଣ୍ଡ ଟେକିବା ସେନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

isisଆଇଏସଆଇଏସ ଭାରତରେ ନିଜର କାୟା ବିସ୍ତାର କରିବାକୁ ସୋସିଆଲ ମିଡିଆର ଉପଯୋଗ କରୁଛି । ସୋସିଆଲ ମିଡିଆ ସାହାର୍ଯ୍ୟରେ ସ୍ଥାନୀୟ କାଶ୍ମୀର ଯୁବକଙ୍କୁ ନିଜ ସଙ୍ଗଠନରେ ସାମିଲ କରୁଛି ଆଇଏସଆଇଏସ । ଏଭଳି କିଛି ଆକାଉଣ୍ଟକୁ ଟ୍ରାକ କରି ଗୁଇନ୍ଦା ବିଭାଗ ଏହା ଜାଣିବାକୁ ପାଇଛି । ଏପରିକି ପାକିସ୍ତାନର ସମର୍ଥନରେ କିଛି ସୋସିଆଲ ମିଡିଆ ଆକାଉଣ୍ଟଧାରୀ ସ୍ଥାନୀୟ କାଶ୍ମୀର ଯୁବକଙ୍କୁ ଭାରତ ବିରୋଧରେ ଉସକାଉଛନ୍ତି ।

ସୋସିଆଲ ମିଡିଆ ସାହାର୍ଯ୍ୟରେ ଯେଉଁଭଳି ଭାବେ ଆଇଏସଆଇଏସ ଭାରତୀୟ ଯୁବକଙ୍କୁ ଆକର୍ଷିତ କରୁଛି ତାହା ଉପରେ ନଜର ରଖିବା ପାଇଁ ମୋଦି ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଗୃହ ବିଭାଗ ବଛା ବଛା ଅଫିସରଙ୍କୁ ନେଇ ଏକ ସୋସିଆଲ ମିଡିଆ ଡିଭିଜନ କରିଛି । ଯେଉଁମାନେ ଆଇଏସଆଇଏସ ଦ୍ୱାରା ସୋସିଆଲ ମିଡିଆରେ ଦ୍ୱାରା ପ୍ରଭାବିତ ହୋଇ ଭାରତରୁ ସିରିଆକୁ ଯାଉଛନ୍ତି ତାଙ୍କ ଉପରେ ନଜର ରଖିବେ । ଏହା ପୂର୍ବରୁ ଏହି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଏକ ଅଡିଓ କ୍ଲିପ ଜରିଆରେ ଭାରତ ଉପରେ ଆକ୍ରମଣ କରିବାକୁ କହିଥିଲେ । ଏହି ଆତଙ୍କବାଦୀମାନେ ଭାରତର ପ୍ରସିଦ୍ଧ କୁମ୍ଭମେଳା ସମୟରେ ଦେଶରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଥିଲେ ।