ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇଥିବା ମହିଳାଙ୍କୁ ମାଡମରା ପ୍ରସଙ୍ଗ ! ଗୃହମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ବିଜେପି ନେତା

21

କନକ ବ୍ୟୁରୋ: ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଚିଠି ଦେଇଥିବା ମହିଳାଙ୍କୁ ମାଡ଼ ମରାଯିବା ପ୍ରସଙ୍ଗରେ ରାଜନାଥଙ୍କୁ ଅବଗତ କରାଇଛନ୍ତି ଧର୍ମେନ୍ଦ୍ର । କଣ ଥିଲା ସମ୍ପୂର୍ଣ୍ଣ ଘଟଣା ସେ ନେଇ ଧର୍ମେନ୍ଦ୍ର ପ୍ରଧାନ, ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସମ୍ବିତ ପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ପୃଥ୍ୱିରାଜ ହରିଚନ୍ଦନ ରାଜନାଥଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ଭିଡ ଭିତରେ ଜଗତସିଂହପୁର ଏରସମାର ପାର୍ବତୀ ସାସମଲ ତାଙ୍କୁ ଚିଠି ଦେଇଥିଲେ । ତେବେ ମହିଳା ଜଣକ କାହିଁକି ମୋଦିଙ୍କୁ ଚିଠି ଦେଇଥିଲେ ବୋଲି ଗ୍ରାମବାସୀ ତାଙ୍କୁ ଆକ୍ରମଣ କରିଥିଲେ ।