ପାକିସ୍ତାନରେ ଗୁରୁଦ୍ୱାର ଉପରେ ଆକ୍ରମଣ । ନନକାନା ଗୁରୁଦ୍ୱାର ଉପରେ ପଥର ମାଡ ସହ ଭଙ୍ଗାରୁଜା, ଗସ୍ତ କରି ସମୀକ୍ଷା କରିବ ଦିଲ୍ଲୀ ଗୁରୁଦ୍ୱାର କମିଟି । ଘଟଣାକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ଭାରତୀୟ ବିଦେଶ ମନ୍ତ୍ରାଳୟ ।

385

କନକ ବ୍ୟୁରୋ: ପାକିସ୍ତାନରେ ପୁଣି ଥରେ ସାମ୍ନାକୁ ଆସିଛି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣା । ଏଥର ଏହାର ଶିକାର ହୋଇଛନ୍ତି ପାକିସ୍ତାନର ନାନକାନ ଅଂଚଳରେ ଥିବା ଶିଖ ହିନ୍ଦୁ । ପାକିସ୍ତାନରେ ନାନକାନରେ ଥିବା ଗୁରୁଦ୍ୱାର ଉପରେ ଏକ ସଂଘବଦ୍ଧ ମୁସଲିମ୍ ଗୋଷ୍ଠୀ ଏକାଠି ହୋଇ ଆକ୍ରମଣ କରିଛନ୍ତି । ଗୁରୁଦ୍ୱାର ଉପରକୁ ଆକ୍ରମଣ ସହିତ ପଥରମାଡ କରିଛନ୍ତି । ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କଡା ପଦ କ୍ଷେପ ଗ୍ରହଣକରିବାକୁ ଦାବି କରିିଛି ଭାରତୀୟ ବିଦେଶ ମନ୍ତ୍ରାଳୟ ।

ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ଶନିବାର ନନକାନା ସାହେବ ଅଂଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ନନକାନା ସାହେବ ଡେପୁଟୀ କମିଶନର ରାଜା ମନସୁର ଅହମଦ । ଏହାସହ ମୁସଲମାନ ସମ୍ପ୍ରଦାୟର କିଛି ନେତା ମଧ୍ୟ ନନକାନା ସାହିବ ଗସ୍ତ କରି ଶିଖ ହିନ୍ଦୁଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ କଣା ନିନ୍ଦା କରିଛି ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ମ୍ୟାନେଜମେଂଟ କମିଟି । ଘଟଣା ପ୍ରତିବାଦରେ ଦିଲ୍ଲୀ ସ୍ଥିତି ପାକିସ୍ତାନ ଦୂତାବାସ ସମ୍ମୁକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସେପଟେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଘଟଣା ପ୍ରତିବାଦରେ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମୀ । ଏହି ଘଟଣା ପରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ସିଦ୍ଧୁ କେଉଁଠି ଲୁଚିଛନ୍ତି ବୋଲି ବିଜେପି ନେତା ମିନାକ୍ଷୀ ଲେଖି ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ଟ୍ୱିଟ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି ରାହୁଲ ଗାନ୍ଧୀ ।

ସୂଚନା ଅନୁସାରେ ଜଗଜିଦ୍ କୌର ନାମକ ଜଣେ ଶିଖ୍ ଯୁବକକୁ ବଳପୂର୍ବକ ଧର୍ମାନ୍ତର କରାଯାଇଛି । ଶିଖ ସମ୍ପ୍ରଦାୟ ଜଗଜିତକୁ ଫେରାଇବା ଦାବି କରିବା ପରେ ଏପରି ଆକ୍ରମଣ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ ଶିଖ ସମ୍ପ୍ରଦାୟ ପ୍ରଶାସନ ଠାରୁ ସୁରକ୍ଷା ମାଗିଛନ୍ତି । ଶିଖ ଧର୍ମର ପବିତ୍ର ସ୍ଥଳ ନାନକାନ ଗୁରୁଦ୍ୱାର ଉପରେ ମୁସଲିମଙ୍କ ଏପରି ଆକ୍ରମଣକୁ ଭାରତ କଡା ନିନ୍ଦା କରିଛି । ଏପରି ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି କରିଛି ଭାରତ । ବିଦେଶ ମନ୍ତ୍ରାଳୟ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ ଟୁଇଟ୍ କରି ଅସନ୍ତୋଷ ପ୍ରକାଶ କରିବା ସହିତ ପାକିସ୍ତାନରେ ଥିବା ଶିଖ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଯୋଗାଇଦେବାକୁ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି ।