ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭାଇ ବିରେନ୍ଦ୍ର ଆରୁଖଙ୍କୁ ଆକ୍ରମଣ : ଜଣେ ଅଟକ

19

କନକ ବ୍ୟୁରୋ : ଭଞ୍ଜନଗରରେ ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଭାଇ ବିରେନ୍ଦ୍ର ଆରୁଖଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗାଡି ପାର୍କିଂକୁ ନେଇ ବିରେନ୍ଦ୍ର ଆରୁଖଙ୍କ ସହ ରାଜୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଗଣ୍ଡଗୋଳ ହୋଇଥିଲା । ବିରେନ୍ଦ୍ର ପ୍ରଥମେ ରାଜୁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ପରେ ରାଜୁ ଲୁହାଛଡରେ ଆକ୍ରମଣ କରିବାରୁ ବିରେନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଛି ।

ଏହି ଘଟଣାରେ ରାଜୁ ପ୍ରଧାନଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ତେବେ ମନ୍ତ୍ରୀଙ୍କ ଭାଇଙ୍କ ଗୁଣ୍ଡାରାଜକୁ ବିରୋଧ କରିଛି ବିଜେପି । ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭାଇ ବିରେନ୍ଦ୍ର ଆରୁଖଙ୍କୁ ଗିରଫ କରିବା ଓ ଅଟକ ରାଜୁ ପ୍ରଧାନଙ୍କୁ ଖଲାସ୍ କରିବା ଦାବିରେ ନୂଆଁଗୋଛା ଠାରେ ରାସ୍ତା ଅବରୋଧ କରାଯାଇଥିଲା । ପରେ ଭଞ୍ଜନଗର-ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ଗୋଛାବାଡିଠାରେ ଅବରୋଧ କରାଯାଇଥିବା ସୂଚନା ମିଳିଛି ।