ଭୁବନେଶ୍ୱର : ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ!

40

କନକ ବ୍ୟୁରୋ : ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଗତକାଲି ରାତିରେ ଖବର କାଗଜ ପ୍ରଗତିବାଦୀର ସାମ୍ବାଦିକ ରମେଶ ଚନ୍ଦ୍ର ରଥଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ଉପକଂଠ ବାଲିପାଟଣାରେ ଦୁଇ ଜଣ ଦୁର୍ବୃତ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ରମେଶଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଂଚଳର କିଛି ଅସାମାଜିକ ବ୍ୟକ୍ତି ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ସଂନ୍ଦେହ କରାଯାଉଛି ।