ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍ ! ଜମ୍ମୁ କଶ୍ମୀର ରଜୌରୀ ସେକ୍ଟରରେ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼

30

କନକ ବ୍ୟୁରୋ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ କଶ୍ମୀର ରଜୌରୀ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ ସେନା । ରାତିର ଅନ୍ଧାରରେ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼ କରିଛି ପାକ୍ ସେନା । ରଜୌରୀ ଅଂଚଳର ନୌସେରାର ବାବା ଖାରି ପଟିରେ ପାକିସ୍ତାନୀ ସେନା ପଟୁ ଗୁଳିମାଡ଼ ହୋଇଛି । ରାତି ପ୍ରାୟ ସାଢେ ୧୦ଟାରେ ସୀମା ଆରପଟୁ ଗୁଳିମାଡ଼ ହୋଇଥିଲା ।

ତେବେ ଭାରତୀୟ ସେନା ଏହାର ପାଲଟା ଜବାବ ଦେଇଛି । ଦୁଇ ସପ୍ତାହ ତଳେ ସୀମାରେ ଗୁଳି ବିନିମୟ ପରେ ପାକିସ୍ତାନ ରେଂଜର୍ସ ଭାରତୀୟ ସେନା ସହ ଡିଜିଏମଓ ସ୍ତରୀୟ କଥାବାର୍ତ୍ତୋ ହୋଇଥିଲା । ତେବେ ପୁଣି ଥରେ ପୁରୁଣା ଅଭ୍ୟାସକୁ ଦୋହରାଇ ଗତ ରାତିରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।