ପୁରୀରେ ବୁଲିଲା ଖଣ୍ଡା ! ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପିଏଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

33

କନକ ବ୍ୟୁରୋ : ପୁରୀରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ । ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ ଭବାନୀ ଶଙ୍କର ସାହୁ କେତେକ ଦୁର୍ବୃତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଏହାଛଡା ତାଙ୍କ ସହ ଥିବା ଆଉ ଜଣେ ସହଯୋଗୀ କପ ସାହୁଙ୍କୁ ମଧ୍ୟ ହୋଇଛି ମରଣାନ୍ତକ ଆକ୍ରମଣ । ଗତକାଲି ରାତି ପ୍ରାୟ ୧୧ଟା ୪୦ରେ ଭବାନୀ ଶଙ୍କର ସାହୁ ଓ କପ ସାହୁ କୁମ୍ଭାରପଡା ଥାନା ଅନ୍ତର୍ଗତ ଖାକିମଠ ନୂଆସାହିରୁ ଫେରୁଥିଲେ । ସେହି ସମୟରେ ପୂର୍ବରୁ ଜଗିରହିଥିବା ୪ ଜଣ ଦୁର୍ବୃତ ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ ।

ଉଭୟଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଭାବନୀଙ୍କୁ ଏବେ ଭେଂଟିଲେଟରରେ ରଖାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପୋଲିସ ସେମାନଙ୍କୁ ପଚରାଉଚରା କରିପାରିନାହିଁ । ସିଟି ଡିସିପି ଘଟଣାସ୍ଥଳରେ ପଂହଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ସିସିଟିଭିକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି । ସିଟି ଡିସିପିଙ୍କ ନେତୃତ୍ୱରେ କୁମ୍ଭାରପଡା ଥାନା ଅଧିକାରୀ, ସମୁଦ୍ରକୂଳ ଥାନା ଅଧିକାରୀ , ଟାଉନଥାନା ଅଧିକାରୀ ଓ ସ୍ପେଶାଲ ସ୍କାର୍ଡକୁ ନେଇ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।