ପାକ୍ ସେନା ଉପରେ ହେଲା ଆତ୍ମଘାତୀ ଆକ୍ରମଣ ! ୯ ସୈନ୍ୟ ମୃତ, ୧୧ ହେଲେ ଆହତ

ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି

3,383

କନକ ବ୍ୟୁରୋ : ଭାରତୀୟ ଯବାନଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆତ୍ମଘାତୀ ଆକ୍ରମଣର ତିନି ଦିନ ପରେ ରବିବାର ପାକିସ୍ତାନର ବାଲୁଚିସ୍ତାନ ନିକଟରେ ପାକ୍ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ବାଲୁଚିସ୍ତାନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଅତି କମରେ ୯ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି।

ଚୀନ୍-ପାକିସ୍ତାନ ଅର୍ଥନୈତିକ ଅଳିନ୍ଦ(ସିପିଇସି) ରାସ୍ତାର ତରବାତ୍ ସହର ଏବଂ ପଞ୍ଜଘର ମଝିରେ ହୋଇଥିବା ଏହି ଆକ୍ରମଣ ପାଇଁ ବାଲୁଚ୍ ରାଜି ଅଜୟ ସଙ୍ଗାର(ବ୍ରାସ) ସଂଗଠନ ନିଜକୁ ଦାୟୀ କରିଛି। ବାଲୁଚସ୍ତାନ ପ୍ରଦେଶର ମୁକ୍ତି ପାଇଁ ଦାବି କରି ଆସୁଥିବା ବ୍ରାସର ମୁଖପାତ୍ର ବାଲୁଚ୍ ଖାଁଙ୍କ କହିବା ଅନୁଯାୟୀ, ପେଟ୍ରୋଲିଂ କରୁଥିବା ପାକିସ୍ତାନୀ ସୁରକ୍ଷା ବଳ ଏବଂ ଏକ ସେନା ଶିବିର ଉପରେ ତାଙ୍କ ଯୋଦ୍ଧାମାନେ ଏପରି ଆତ୍ମଘାତୀ ଆକ୍ରମଣ କରିବାରେ ସଫଳ ହୋଇଛନ୍ତି।

Comments are closed.