ସପ୍ତାହକୁ ୨୪ହଜାର ନୁହେଁ ଉଠାଇ ପାରିବେ ଯେତେ ଇଚ୍ଛା ସେତେ ଟଙ୍କା ! ସୂଚନା ଦେଲେ ଅର୍ଥନୈତିକ ବ୍ୟାପାର ସଚିବ

30

କନକ ବ୍ୟୁରୋ : ସପ୍ତାହକୁ ୨୪ହଜାର ନୁହେଁ ଉଠାଇ ପାରିବେ ଯେତେ ଇଚ୍ଛା ସେତେ । ଟଙ୍କା ଉଠାଣ ଉପରୁ ଖୁବଶୀଘ୍ର ଉଠିପାରେ କଟକଣା । ଏହି ସୂଚନା ଦେଇଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ । ଫଳରେ ନଭେମ୍ବର ୮ ତାରିଖ ବିମୁଦ୍ରାକରଣ ପରେ ଦେଶରେ ଦେଖା ଦେଇଥିବା ନଗଦ କାରବାର ସଂକଟ ଖୁବ ଶୀଘ୍ର ଶେଷ ହେବ ।

ସ୍ୱାଭାବିକ ହେବ ଆର୍ଥିକ କାରବାର । ଏବେ ଜମାକାରୀ ନିଜ ଖାତାରୁ ସାପ୍ତାହିକ ମାତ୍ର ୨୪ ହଜାର ଟଙ୍କା ଉଠାଇପାରୁଛନ୍ତି । ତେବେ ଖୁବ ଶୀଘ୍ର ଏହି କଟକଣାକୁ ହଟାଇ ଦିଆଯାଇପାରେ ବୋଲି ଅର୍ଥନୈତିକ ବ୍ୟାପାର ସଚିବ କହିଛନ୍ତି । ସେହିପରି ପୁନଃମୁଦ୍ରିକରଣ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବା ଏବଂ ଛୋଟ ନୋଟ୍ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।