ଲୁଟ୍ ବେଳେ ରକ୍ତମୁଖା ହେଲେ ଦୁର୍ବୃତ ! ଯୋଡା ଆଇଡିବିଆଇ ଏଟିଏମର ସୁରକ୍ଷାକର୍ମୀଙ୍କୁ କଲେ ଆକ୍ରମଣ

64

କନକ ବ୍ୟୁରୋ : ଏଟିଏମ ଲୁଟ୍ ବେଳେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଯୋଡ଼ା ଅଂଚଳରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଆଇଡିବିଆଇ ବ୍ୟାଙ୍କ ଏଟିଏମ ଲୁଟ୍ ବେଳେ ବାଧା ଦେବାରୁ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରି ଫେରାର ହୋଇଛନ୍ତି ଦୁର୍ବୃତ ।

ଗତକାଲି ରାତିରେ ୨ଜଣ ଦୁର୍ବୃତ ମୁହଁରେ କଳାକନା ବାନ୍ଧି ଏଟିଏମ୍ ଭିତରେ ପଶି ଲୁଟ୍ ଉଦ୍ୟମ କରିଥିଲେ । ଏଥିରେ ସୁରକ୍ଷାକର୍ମୀ ଲମ୍ବୋଦର ମହାନ୍ତ ବାଧା ଦେବାରୁ ଦୁର୍ବୁତମାନେ ତାଙ୍କ ମୁଣ୍ଡ ଓ ଛାତିରେ ଛୁରୀ ଓ ଭୁଜାଲିରେ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଲମ୍ବୋଦରଙ୍କୁ ପ୍ରଥମେ ଚମ୍ପୁଆ ଓ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-