ରାଜଧାନୀ ଭୁବନେଶ୍ୱରରେ ଦୁଃଖ ବଢାଉଛି ଏଟିଏମ୍

22

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦୁଃଖ ବଢାଉଛି ଏଟିଏମ୍ । ଦିନ ୧୧ଟା ସୁଦ୍ଧା ଅନେକ ଏଟିଏମ୍ ବନ୍ଦ ରହିଛି । ଅନେକ କାଉଂଟର ସଟର ଅଧା ଖୋଲା ରହିଛି । କିଛି  କାଉଂଟର ଖୋଲା ଥିଲେ ବି ଆଉଟ୍ ଅଫ୍ ସର୍ଭିସ ସାଇନ୍ ବୋର୍ଡ ଲଟକା ଯାଇଛି । ଯେଉଁ କେତେଟା  କାଉଂଟରରେ ଟଙ୍କା ବାହାରୁଛି, ତାହା ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଲୋକେ ଦୈନନ୍ଦିନ ଗୁଜରାଣ ମେଂଟାଇବା ପାଇଁ ଅସୁବିଧା ଭୋଗୁଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ସାରା ଦେଶରେ ଟଙ୍କା ପାଇଁ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ଅବସ୍ଥା ଆହୁରି ୧୫-୨୦ ଲାଗି ରହିବ ବୋଲି ସରକାର କହିବା ପରେ ଲୋକେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି । ନୂଆ ୨୦୦୦ ଟଙ୍କା ରଖିବାକୁ ଏଟିଏମ୍ ଗୁଡିକ ଅପଗ୍ରେଡ୍ ହୋଇନାହିଁ । କେବଳ ୧୦୦ ଟଙ୍କିଆ ନୋଟ୍ ଲୋକଙ୍କ ଚାହିଦା ମେଂଟାଇବାରେ ସମର୍ଥ ହେଉନାହିଁ ।