ବାହୁବଳୀ ଧରାଇଲା ଏଟିଏମ ଲୁଟେରା ! ଫିଲ୍ମ ଦେଖିବାକୁ ଯାଇ ଧରାପଡିଲା ମୋଷ୍ଟ ୱାଂଟେଡ ସମ୍ଭବ ଆଚାର୍ଯ୍ୟ

25

କନକ ବ୍ୟୁରୋ: ଏଟିଏମ ଲୁଟେରାକୁ ଧରାଇ ଦେଲା ବାହୁବଳୀ । ବହୁଚର୍ଚ୍ଚିତ ବାହୁବଳୀ-୨ ମୁଭି ଦେଖିବାକୁ ଯାଇ ଧରାପଡିଲା ମୋଷ୍ଟ ୱାଂଟେଡ୍ ଏଟିଏମ ଚୋର । ଭୁବନେଶ୍ୱର ଆଇନକ୍ସ ଫିଲ୍ମ ହଲରୁ ଏଟିଏମ ଚୋର ସମ୍ଭବ ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ତାକୁ ଫିଲ୍ମ ହଲରୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଏଟିଏମ ଚୋର ସମ୍ଭବ ଆଚାର୍ଯ୍ୟ ପାଖରୁ ନଗଦ ୧୭ ହଜାର ଟଙ୍କା ଜବତ କରିଛି ପୋଲିସ । ଏଟିଏମକୁ ହ୍ୟାକ୍ କରି ଟଙ୍କା ଲୁଟୁଥିଲା ସମ୍ଭବ । ୪୦ରୁ ଅଧିକ ମାମଲାରେ ତା’ର ସଂପୃକ୍ତି ଥିବା ସୂଚନା ଦେଇଛି କମିଶନରେଟ୍ ପୋଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –