ଏଟିଏମ ତାଡିଦେଲେ ଲୁଟେରା ! ଫୁଲବାଣୀ ଡିଆରଡିଏ ଛକରେ ଥିବା ଏସବିଆଇ ଏଟିଏମରେ ଲୁଟ୍ ଉଦ୍ୟମ ବିଫଳ

33

କନକ ବ୍ୟୁରୋ: ଲୁଟେରାଙ୍କ ଲୁଟ ଉଦ୍ୟମ ପଣ୍ଡ । ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ଏଟିଏମ ଭାଙ୍ଗିଲେ ଲୁଟେରା । ଫୁଲବାଣୀ ଡିଆରଡିଏ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ଶାଖାରେ ଟଙ୍କା ଲୁଟ କରିବା ପାଇଁ ଏଟିଏମକୁ ଭାଙ୍ଗିପକାଇଛନ୍ତି ଲୁଟେରା କିନ୍ତୁ ଟଙ୍କା ଲୁଟ୍ କରିପାରିନଥିବା ଜଣାପଡିଛି ।

ତେବେ ଏଠାରେ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇନଥିବା ଯୋଗୁଁ ପୂର୍ବରୁ ମଧ୍ୟ ଲୁଟେରା ଲୁଟ୍ ଉଦ୍ୟମ ହୋଇଥିଲେ । ତେବେ ଏହାପରେ ମଧ୍ୟ ସୁରକ୍ଷା କର୍ମୀଙ୍କୁ ନିୟୋଜନ କରାନଯିବା ଯୋଗୁଁ ବାରମ୍ବାର ଏପରି ଘଟଣା ଘଟୁଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।