ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ ! ୨ ଲୁଟେରା ଗିରଫ, ୩ ଫେରାର

37

କନକ ବ୍ୟୁରୋ : ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ଲୁଟ ପାଇଁ ଉଦ୍ୟମ ବେଳେ ଲୁଟେରାଙ୍କୁ ଗିରଫ । ଜୟପୁର ଉମୁରିରେ ଥିବା ଏଚଡିଏଫସି ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଲୁଟ୍ ଉଦ୍ୟମ ବେଳେ ୨ ଆନ୍ତରାଜ୍ୟ ଲୁଟେରା ଧରାପଡିଛନ୍ତି । ଲୁଟେରାଙ୍କୁ ଗିରଫ କରିଛି ଜୟପୁର ସଦର ଆମ୍ଭାଗୁଡା ଥାନା ପୁଲିସ୍ । ଲୁଟ୍ ପାଇଁ ନିଆରା ଫଣ୍ଡା ଆପଣେଇଥିଲେ ଦୁର୍ବୃତ ।

ଆମ୍ବୁଲାନ୍ସରେ ଆସିଥିଲେ ଲୁଟେରା । ଲୁଟେରା ଗ୍ୟାଙ୍ଗରୁ ୨ ଜଣ ଗିରଫ ହୋଇଥିବା ବେଳେ ତିନି ଫେରାର ହୋଇଯାଇଛନ୍ତି । ସମସ୍ତ ଲୁଟେରା ରାଜସ୍ତାନରୁ ଆସିଥିବା ଜଣାପଡଛି । ଏବେ ବି ଫେରାର ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ପୁଲିସ । ଜଙ୍ଗଲ ଭିତରେ ଛାନଭିନ୍ କରୁଛି ଆମ୍ଭାଗୁଡା ଥାନା ପୁଲିସ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –