ଏଟିଏମ ଜାଳିଦେଲେ ଦୁର୍ବୃତ୍ତ ! ବାଲେଶ୍ୱରର ଉତ୍ତରେଶ୍ୱର ବଜାରର ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମକୁ କଟରରେ କାଟି ଟଙ୍କା ଲୁଟ ପାଇଁ ଉଦ୍ୟମ

26

କନକ ବ୍ୟୁରୋ : ଏଟିଏମକୁ ଜାଳିଦେଲେ ଦୁର୍ବୃତ୍ତ । ଏଟିଏମକୁ କଟରରେ କାଟି ଏଥିରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଲୁଟ କରିବାରେ ବିଫଳ ହେବା ପରେ ଏହାକୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ବଜାର ନିକଟରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ କାଉଂଟରରେ ଗତକାଲି ରାତି ୨ଟା ବେଳେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା ।

ପୁଲିସ ଘଟଣାସ୍ଥଳରେ ପହଂଚି ଦମକଳ ବାହୀନିକୁ ଖବର ଦେଇଥିଲା । ଦମକଳ ବାହୀନି ଆସି ନିଆଁକୁ ଆୟତ କରିଥିଲା । ଏଟିଏମକୁ କଟର ସାହାଯ୍ୟରେ କାଟି ଲୁଟ୍ କରିବା ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରିବା ପରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟ୍ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।