ଭାଇରାଲ୍ ସତ : ପକେଟରୁ ଟଙ୍କାଏ ଯିବନି ହେଲେ ଆପଣ ପାଇବେ ଇନସୁରାନ୍ସ ଟଙ୍କା

24

ଟଙ୍କା ବଦଳରେ ଅଧିକାଂଶ ଲୋକଙ୍କ ପକେଟରେ ରହୁଛି ଏଟିଏମ କାର୍ଡ । ସମସ୍ତ ପ୍ରକାର ଅର୍ଥ ଦେଣନେଣ କାରବାରରେ ହେଉଛି ସହାୟକ । କିନ୍ତୁ ଏହି ଏଟିଏମ କାର୍ଡରେ ଗ୍ରାହକର ପାଇପାରିବେ ୫ଲକ୍ଷ ଟଙ୍କା ଯାଏଁ ବୀମାରାଶି । କିନ୍ତୁ ଏବିଷୟରେ ବହୁ ଏଟିଏମ ବ୍ୟବହାରକାରୀ ଅଜ୍ଞ । ଅନ୍ଲାଇନ ସପିଂ ହେଉ ଅବା ମାର୍କେଟରେ କୌଣସି ଜିନିଷ କିଣିବାପାଇଁ ଏବେ ବହୁଳ ବ୍ୟବହାର ହେଉଛି ଏଟିଏମ୍ କାର୍ଡ । କିନ୍ତୁ ଏହି ଏଟିଏମରେ ଦୁର୍ଘଟଣା ଜନିତ ବୀମା ରାଶିର ସୁବିଧା ରହିଛି । ତାହା ଅନେକଙ୍କୁ ଅଜଣା । ତେବେ ଆସନ୍ତୁ ଜାଣିବା ଏହି ଏଟିଏମ ବୀମାରେ ସାଧାରଣ ଗ୍ରାହକ କିଭଳି ଉଠାଇ ପାରିବେ ସୁବିଧା ।

atm insurance -special report୧ .କୌଣସି ବ୍ୟାଙ୍କର ଗ୍ରାହକ ଓ ଏଟିଏମ କାର୍ଡର ଅଧିକାରୀ ହେଲେ ୫୦ରୁ ୫ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ବୀମାରାଶିରେ  ଅର୍ନ୍ତଭୁକ୍ତ ।
୨. ଦୁର୍ଘଟଣାରେ ବିକଳାଙ୍ଗଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବୀମା ଦ୍ୱାରା ଅର୍ନ୍ତଭୁକ୍ତ ।
୩. ଏଟିଏମ ପ୍ରୟୋଗ କରିବାର ୪୫ ଦିନ ମଧ୍ୟରେ ଏହି ସୁବିଧା ଉଠାଇପାରିବେ ।
୪. ୩୦ ଦିନ ମଧ୍ୟରେ ଯଦି କାର୍ଡଧାରୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରବର୍ଗ ଏହି ସୁବିଧା ପାଇପାରିବେ ।
୫. ପ୍ରାୟ ୯୫ ପ୍ରତିଶତ ଭାରତୀୟ ଏହି ଯୋଜନା ବିଷୟରେ ଅଜ୍ଞ ।

ତେବେ ଏହି ବୀମା ରାଶିର ସୁବିଧା ବିଭିନ୍ନ କାର୍ଡ ପାଇଁଁ ଭିନ୍ନ ଭିନ୍ନ ଅଟେ । ଭିସା କାର୍ଡ ପାଇଁ ୨ ଲକ୍ଷ ଟଙ୍କା ଥିବା ବେଳେ ପ୍ଲାଂଟିନମ୍ କାର୍ଡ ପାଇଁ ୨ଲକ୍ଷ ରହିଛି । ସେହପରି କିଶାନ୍ କାର୍ଡ ପାଇଁ ୫୦ ହଜାର ଟଙ୍କା ଓ କ୍ଲାସିକ୍ କାର୍ଡ ପାଇଁ ମଧ୍ୟ ୫୦ ହଜାର ଟଙ୍କାର ବୀମା ରାଶି ରହିଛି । ବେସରକାରୀ ବ୍ୟାଙ୍କଗୁଡିକ ଗୋଲ୍ଡ ଓ ମାଷ୍ଟର କାର୍ଡର ପ୍ରଚଳନ କରିଥାନ୍ତି । ଏଥିରେ ଦୁର୍ଘଟଣା ଜନିତ ବୀମାରାଶିର ପରିମାଣ ପ୍ରାୟ ୫ ଲକ୍ଷ ଟଙ୍କା ରହିଛି ।

 ଗ୍ରାହକ ଏହାର କିଭଳି ସୁବିଧା ଉଠାଇପାରିବେ –

୧. କୌଣସି ଗ୍ରାହକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲେ, ୨ରୁ ୫ ମାସ ମଧ୍ୟରେ ସଂପୃକ୍ତ ବ୍ୟାଙ୍କର ବ୍ରାଂଚକୁ ଯାଇ ପରିବାର ଲୋକେ ଆବେଦନ କରିପାରିବେ ।
୨. ଗ୍ରାହକଙ୍କର ବ୍ୟାଙ୍କରେ ଏକାଧିକ ଆକାଉଂଟ ଥିଲେ, ଆର୍ଥିକ ଦେଣନେଣ ହେଉଥିବା ବ୍ୟାଙ୍କ ଆକାଉଂଟରୁ ଏହି ସୁବିଧା ଉଠାଇପାରିବେ ।
୩. ଗ୍ରାହକଙ୍କ ଦୁର୍ଘଟଣାର ୪୫ ଦିନ ପୂର୍ବରୁ ଆକାଉଂଟରେ ଟଙ୍କା ଦେଣନେଣ ହୋଇଥିବା ଜରୁରୀ ।