ଓଃ କି ଥଂଡା! କାରଗିଲରେ ଏଟିଏମକୁ କଂବଳ ଘୋଡାଇଲା ଏସବିଆଇ ।

28

ଶୀତରେ ଥରୁଛି ଏଟିଏମ । ଆପଣ ପଢିଲେ ବିଶ୍ୱାସ କରୁନଥିବେ । କିନ୍ତୁ ଏହା ସତ । ସାରଦେଶରେ ଏବେ ଶୀତର ଲହରୀ ଜାରିରହିଛି । ଆଉ ପାହାଡିଆ ଅଂଚଳରେ ଥଣ୍ଡା ଅଧିକ । ଯେପରିକି ବର୍ତ୍ତମାନ କାରଗିଲ, ଲେହଲାଦାଖ ଆଦି ଅଂଚଳରେ ପାରଦ ମାଇନସ ୧୬ଡିଗ୍ରୀ ପାଖାପାଖି ରହୁଛି । ଏଭଳି ହାଡଭଙ୍ଗା ଶୀତରେ ଲୋକମାନେ ଥରୁଥିବା ବେଳେ ଏଟିଏମ ମଧ୍ୟ କମ୍ବଳ ଘୋଡେଇ ହୋଇ ରହୁଛି । ଏହାର କାରଣ ହେଉଛି ଏଟିଏମ ଗରମ ରହିଲେ କାମ କରିବାକୁ ସକ୍ଷମ ହେବ ।

ଗତ କିଛିଦିନ ହେବ ବରଫ ପଡୁଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ହିମାଚଳ ପ୍ରଦେଶର ସିମଲା, ମନାଲି,ଉତ୍ତରାଖଣ୍ଡର କେଦାରନାଥରେ ଦୁଇ ଫୁଟ ଓ ବଦ୍ରୀନାଥରେ ଏକ ଫୁଟର ବଡ ବରଫ ପଡୁଛି । ଫଳରେ ଥଂଡା ପବନରେ ଲୋକଙ୍କ ଅବସ୍ଥା ବିଗିଡିଯାଉଛି ।

ତେବେ ଏହି ଖବର ଶୁଣିବା ପରେ ପର୍ଯ୍ୟଟକମାନେ ବହୁତ ଖୁସିଅଛନ୍ତି । ତେବେ ଏଥର ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି ।