କେତେ ସୁରକ୍ଷିତ ଏଟିଏମ୍ ! ଆସିଲା ସାଙ୍ଘାତିକ ତଥ୍ୟ, ୨୫ ପ୍ରତିଶତ ଏଟିଏମ୍ ପ୍ରତି ଠକେଇ ବିପଦ ।

59

ସରକାରୀ ବ୍ୟାଙ୍କର ଏଟିଏମ୍ ଗୁଡ଼ିକରେ ବ୍ୟବହାର କରାଯାଇଥିବା ସଫ୍ଟଓୟାର୍ ବହୁତ ପୁରୁଣା ହୋଇଗଲାଣି । ତାହାକୁ ଅପଗ୍ରେଡ୍ କରିବା ପ୍ରତି ଧ୍ୟାନ ଦିଆଯାଉଛି । ଦୁର୍ବଳ ସଫ୍ଟଓୟାର୍ ବ୍ୟବହାର କରାଯାଇଥିବାରୁ ସରକାରୀ ବ୍ୟାଙ୍କଗୁଡ଼ିକର ୨୫% ଏଟିଏମ୍ ପ୍ରତି ଠକେଇ ବିପଦ ରହିଛି ବୋଲି ସରକାର ଅନୁମାନ କରୁଛନ୍ତି । ସଂସଦରେ ଆଲୋଚନା ବେଳେ ସରକାର ଏହି ସୂଚନା ଦେଇଛନ୍ତି । ଏଟିଏମ୍ ଗୁଡ଼ିକରେ ସର୍ବନିମ୍ନ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ମଧ୍ୟ ଜଣାପଡ଼ିଛି ।

ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ପରିଚାଳନା ହେଉଥିବା ଏଟିଏମ୍ ଗୁଡ଼ିକର ସ୍ଥିତି କ’ଣ ତାହା ଜଣାପଡ଼ିନାହିଁ । ଦେଶରେ ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍ ସଂଖ୍ୟା ଅଧିକ। ଏଟିଏମରେ ହେଉଥିବା ୭୦% କାରବାର ସରକାରୀ ବ୍ୟାଙ୍କର ଏଟିଏମରେ ହେଉଛି । ବଳକା କାରବାର ଘରୋଇ ବ୍ୟାଙ୍କ ଏଟିଏମ୍ କବଜାରେ ରହିଛି । ଘରୋଇ ବ୍ୟାଙ୍କଗୁଡ଼ିକର ଉପସ୍ଥିତି ସାରା ଦେଶରେ ବଢ଼ିଥିଲେ ମଧ୍ୟ ଏଟିଏମ୍ ନେଟଓ୍ଵର୍କ ପ୍ରତି ସେମାନଙ୍କ ଯୋଗଦାନ ଏତେ ଅଧିକ ହୋଇପାରିନାହିଁ ।