ବ୍ୟାଙ୍କ ଖାତାରୁ ଗାଏବ ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କା ! ସଚେତନ ରୁହନ୍ତୁ, ନଚେତ୍ ଆପଣ ବି ହୋଇପାରନ୍ତି ଏହି ଫ୍ରଡର ଶିକାର ।

51

କାନାରା ବ୍ୟାଙ୍କ ପରେ ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମଧ୍ୟ ଏଟିଏମ୍ ଫ୍ରଡର ପର୍ଦ୍ଦାଫାସ ହୋଇଛି । ପିଏନବିର ୧୨ ଜଣ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ୟତୀତ ୧୯ ଜଣ ଗ୍ରାହକଙ୍କର ଏଟିଏମରୁ ଲକ୍ଷ ଲକ୍ଷ ଟଙ୍କାର ଫ୍ରଡ ହୋଇଥିବା ଜଣାପଡିଛି । ବ୍ୟାଙ୍କ ପକ୍ଷରୁ ଘଟଣାର ରିପୋର୍ଟ ନେଇ ଥାନାରେ ଏତଲା ଦାୟର କରାଯାଇଛି ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଗରିୟାହାଟରେ ଥିବା କାନାରା ବ୍ୟାଙ୍କ ଶାଖାରୁ ପାଖାପାଖି ୪୦ ଗ୍ରାହକଙ୍କ ଖାତାରୁ ଏଟିଏମ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି । କୋଲକାତା ପୋଲିସର ଏସଆଇଟି ଦ୍ୱାରା ଘଟଣାର ଯାଞ୍ଚ ମଧ୍ୟରେ ଗତକାଲି ପଞ୍ଜାନ ନ୍ୟାସନାଲ ବ୍ୟାଙ୍କର ମଲ୍ଲିକ ବଜାର ସ୍ଥିତ ଏଟିଏମରୁ ୩୧ ଜଣ ଲୋକଙ୍କର ଖାତାରୁ ଲକ୍ଷ ଲକ୍ଷ ଟଙ୍କାର ଫ୍ରଡ ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି ଏଟିଏମ୍ ଫ୍ରଡ ଶିକାରରେ ବ୍ୟାଙ୍କର ହିଁ ୧୨ ଜଣ ଅଧିକାରୀ ଏବଂ କର୍ମଚାରୀ ସାମିଲ ଅଛନ୍ତି ।

ଅଭିଯୋଗ ପରେ ପୋଲିସ ପକ୍ଷରୁ ଛାନ୍ନଭିନ ଆରମ୍ଭ ହୋଇଛି । ମଲ୍ଲିକ ବଜାରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସ ଜାଣିବାକୁ ପାଇଛି ଯେ, ଗତ ୫ ତାରିଖ ଏବଂ ୭ ତାରିଖରେ ମୁହଁରେ କଳାପଟି ବନ୍ଧାହୋଇଥିବା ଜଣେ ବ୍ୟକ୍ତି ରାତି ପ୍ରାୟ ୯.୪୦ ସମୟରେ ଏଟିଏମରେ ପ୍ରବେଶ କରିଥିଲେ । ତେବେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଅଭଯୁକ୍ତକୁ ଧରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଛାନଭିନ ଜୋରଦାର ହେଉଛି ।