ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ପ୍ରତିବର୍ଷ ନ୍ୟୁୟର୍କର ପ୍ରସିଦ୍ଧ ମାଡିସନ ସ୍କୋୟାରରେ ଆମ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ପାଳନ କରନ୍ତି । ଏଥିପାଇଁ ବିଭିନ୍ନ ବଲିଉଡ କଳାକାରମାନେ ମଧ୍ୟ ଅଂଶଗ୍ରହଣ କରନ୍ତି । ଭାରତୀୟଙ୍କ ଦେଖାଦେଖି ପାକିସ୍ତାନର କେତେକ ଲୋକ ସମାନ ପ୍ରକାରର ଏକ ଉତ୍ସବ ଆୟୋଜନ କରିଥିଲେ । ଆଗକୁ ଅଗଷ୍ଟ ୧୪ରେ ପାକିସ୍ତାନୀ ସ୍ୱାଧିନତା ଦିବସ ଥିବାରୁ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଏଠାକୁ ବଲିଉଡରେ ଗତ ପ୍ରାୟ ଏକ ଦଶନ୍ଧୀ ଧରି ସକ୍ରିୟ ଥିବା ଜଣାଶୁଣା ପାକିସ୍ତାନୀ ଗାୟକ ଆତିଫ ଅସଲାମଙ୍କୁ ସଂଗୀତ ପରିବେଷଣ କରିବାକୁ ଡକାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ ପ୍ରଥମେ କିଛି ପାକିସ୍ତାନୀ ଗୀତ ଗାଇବା ପରେ ତାଙ୍କର କିଛି ବଲିଉଡ ଗୀତ ଗାଇବା ଆରମ୍ଭ କଲେ । ତା ମଧ୍ୟରେ ଥିବା ଅଜବ ପ୍ରେମ କି ଗଜବ କାହାନୀ ଚଳଚ୍ଚିତ୍ରର ତେରା ହୋନେ ଲଗା ହୁଁଟ୍ଟ । ପାକିସ୍ତାନୀ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଭାରତୀୟ ଫିଲ୍ମଗୀତ ଗାଇବା ଦ୍ୱାରା ସେଠାରେ ଉପସ୍ଥିତ ଥିବା ପାକିସ୍ତାନୀ ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଏହାକୁ ନେଇ ସେମାନେ ପ୍ରବଳ ବିରୋଧ ମଧ୍ୟ କଲେ । ଟ୍ଵିଟରରେ ମଧ୍ୟ ତାଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଆଉ କେତେକ ରିପୋର୍ଟ ଅନୁସାରେ ସେ ମଧ୍ୟ ଭାରତୀୟ ଫ୍ୟାନ ମାନେ ଅସନ୍ତୁଷ୍ଟ ହେବେ ଭାବି ପାକିସ୍ତାନୀ ପତାକା ମଧ୍ୟ ଧରିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି । ତେବେ ପାକିସ୍ତାନୀ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି ।