ଚର୍ଚ୍ଚାରେ ପାକିସ୍ତାନୀ ଗାୟକ ଆତିଫ୍ ଅସଲମ୍ ! ପ୍ରୋଗ୍ରାମ୍ ଅଧାରେ ଗୀତ ବନ୍ଦ କରି ଯୁବତୀଙ୍କୁ କଲେ ଉଦ୍ଧାର

38

ପାକିସ୍ତାନୀ ଗାୟକ ଆତିଫ ଅସଲମଙ୍କ ପ୍ରଶଂସକ ଦୁନିଆରେ କମ୍ ନାହାନ୍ତି । ଲୋକେ ତାଙ୍କ ସ୍ୱରର ଦିବାନା । ନିକଟରେ ଆତିଫ ଅସଲମ ଏପରି କିଛି କାମ କରିଛନ୍ତି ଯାହା ଶୁଣି ଆପଣ ବି ତାଙ୍କର ପ୍ରଶଂସାରେ ଶତମୁଖ ହୋଇଯିବେ । କରାଚୀର ଏକ ଇଭେଣ୍ଟରେ ରାତି ପ୍ରାୟ ୧ଟାରେ ଆତିଫ ଗୀତ ଗାଇବା ପାଇଁ ମଞ୍ଚରେ ପହଞ୍ଚିଥିଲେ । ଆତିଫ ଗୀତ ଗାଇବା ସମୟରେ ଦେଖିିଲେ ପ୍ରଥମ ଧାଡିରେ ଛିଡା ହୋଇଥିବା କିଛି ଯୁବକ ଜଣେ ଯୁବତୀଙ୍କୁ ହଇରାଣ କରୁଛନ୍ତି ।

ଏସବୁ ଦେଖି ଆତିଫ ଗୀତ ଗାଇବା ମଝିରେ ବନ୍ଦ କରି, ଯୁବକମାନଙ୍କ ପାଖକୁ ଯାଇ ଏହାର ବିରୋଧ କରିଥିଲେ । ତାପରେ ସେ ସିକ୍ୟରିଟିକୁ ଡାକି ସେଇ ଝିଅକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଥିଲେ। ଆତିଫଙ୍କ ଏପରି ପଦକ୍ଷେପ ଯୋଗୁଁ ତାଙ୍କ ପ୍ରଶଂସକମାନେ ପ୍ରଶଂସା କରିବା ସହ ତାଳି ମଧ୍ୟ ମାରିଥିଲେ ।