ଆଥଲେଟ ଶ୍ରାବଣୀ ପାଇଲେ ଏକଲବ୍ୟ ପୁରସ୍କାର : ୫ଲକ୍ଷ ଟଂକା ସହ ପୁରସ୍କାର ପ୍ରଦାନ କଲେ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂହ

18

କନକ ବ୍ୟୁରୋ : ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ଏକଲବ୍ୟ ପୁରସ୍କାର । ଶ୍ରାବଣୀଙ୍କୁ ୫ଲକ୍ଷ ଟଂକା ସହ ପୁରସ୍କାର ପ୍ରଦାନ କରିଛନ୍ତି ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂହ । ଶ୍ରାବଣୀଙ୍କ ସହ ଆନ୍ତର୍ଜାତୀୟ ଓଡିଆ ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ଦୀପସାନ ତୀର୍କିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । କଠିନ ପରିଶ୍ରମ, ଇଚ୍ଛାଶକ୍ତି ଓ ଶୃଙ୍ଖଳା, ସଫଳତାର ଚାବିକାଠି ବୋଲି କହିଛନ୍ତି ଫ୍ଲାଇଙ୍ଗ ଶିଖ ମିଲଖା ସିଂହ । ସେ କହିଛନ୍ତି, ଜୀବନରେ ଓଡିଶାକୁ ଭୁଲି ପାରିବିନାହିଁ । ୧୯୫୮ରେ କଟକ ବାରବାଟୀରେ ମେଡାଲ ଜିତି ସେ କ୍ୟାରିଅର ଆରମ୍ଭ କରିଥିଲେ ବୋଲି କହିଛନ୍ତି । ଇମ୍ଫା ପକ୍ଷରୁ ୨୪ ବର୍ଷ ହେଲା ରାଜ୍ୟର ଉଦୀୟମାନ ଖେଳାଳିଙ୍କୁ ପୁରସ୍କୃତ ପ୍ରଦାନ କରାଯାଉଛି ।