ଆଥଲେଟ୍ ଦୂତିଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ !

56

କନକ ବ୍ୟୁରୋ : ଆଥଲେଟ୍ ଦୂତିଚାନ୍ଦଙ୍କ କାର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଥାନା ବିଜୁ ନଗର ନିକଟ ଜାତୀୟ ରାଜପଥ ୧୬ ରେ ଏହି କାର ଏକ ଟ୍ରକକୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ହୋଇଛି ।

ମୃତକ ଜଣକ ଉତ୍କଳ ଗୁନି ବୋଲି ଜଣାପଡିଛି । ଖବର ଅନୁସାରେ ଦୂତିଙ୍କ ସମ୍ପର୍କୀୟ ଉତ୍କଳ ଗୁନି ଓ ଧନେଶ୍ୱର ଦାସ କାର ଚଳାଉଥିଲେ । ଡ୍ରାଭଭିଂ ଶିଖିବା ଲାଗି ଉଭୟେ କାର ନେଇଥିଲେ । କିନ୍ତୁ କାର ନିୟନ୍ତ୍ରଣ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାରେ ଧନେଶ୍ୱର ଦାସ ଗୁରୁତର ଆହତ ହୋଇଛନ୍ତି ।